ଇଭିଏମରେ ଯାନ୍ତ୍ରିକ ତ୍ରୁଟି, ବିଭିନ୍ନ ସ୍ଥାନରେ ମତଦାନ ବିଳମ୍ବ

ଦ୍ୱାରଶୁଣି : ଚତୁର୍ଥ ତଥା ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ଶେଷ ପର୍ଯ୍ୟାୟ ମତଦାନ ପାଇଁ ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ଭୋଟଦାନ ଚାଲିଥିବା ବେଳେ ବିଭିନ୍ନ ମତଦାନ କେନ୍ଦ୍ରରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ମୟୂରଭଞ୍ଜ ବାଙ୍ଗିରୀପୋଷିରେ ୭,୮,୧୦,୩୩,୧୭ ନମ୍ବର ବୁଥରେ, ବାଲେଶ୍ୱର ଶୂନହଟର ୧୧୩ ନମ୍ବର ବୁଥରେ ଇଭିଏମ ଅଚଳ ହୋଇପଡ଼ିଥିବା ଜଣାପଡ଼ିଛି। ଯଦ୍ୱାରା ମତଦାନ ଆରମ୍ଭ ହୋଇପାରି ନଥିବା ସୂଚନା ମିଳିଛି।
କେତେକ ବୁଥରେ ମତଦାନ ସୁରୁଖୁରୁରେ ଚାଲିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଇଭିଏମ ତ୍ରୁଟି କାରଣରୁ ମତଦାନ ବିଳମ୍ବିତ ହୋଇଛି। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମତଦାନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଇଭିଏମରେ ଦେଖାଦେଇଥିବା ତ୍ରୁଟିକୁ କେତେକ ବୁଥରେ ପୋଲିଂ କର୍ମଚାରୀମାନେ ଏହାକୁ ସଜାଡ଼ିବା ବେଳେ ଅନ୍ୟ କେତେକ ବୁଥରେ ନୂଆ ଇଭିଏମ ମେସିନ ଲଗାଇ ମତଦାନ ଜାରି ରଖିଥିବା ପରିଲକ୍ଷତି ହୋଇଛି।

Comments are closed.