ଆଠଗଡରୁ ୬୪ଜଣଙ୍କ ସ୍ୱାବ୍‍ ନମୁନା ସଂଗ୍ରହ

ଆଠଗଡ : ଆଠଗଡ ସହରର ରାସରସିକପୁର ସ୍କୁଲରେ ଉପଖଣ୍ଡ ଡାକ୍ତରଖାନା ପକ୍ଷରୁ ଶୁକ୍ରବାର ଆୟୋଜିତ ଏକ ଶିବିରରେ କରୋନା ପରୀକ୍ଷା ଲାଗି ୬୪ ଜଣଙ୍କ ସ୍ୱାବ୍‍ ସଂଗ୍ରହ କରାଯାଇଛି। ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟତଃ କଣ୍ଟାକ୍ଟ ଟ୍ରେସିଂ ଦ୍ୱାରା ଠାବ କରାଯାଇଥିବା ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ସ୍ୱାବ୍‍ ସଂଗ୍ରହ କରାଯାଇଥିଲା। ଡାକ୍ତର ଦେବଦଳନ ସେଠୀ ଓ ଡାକ୍ତରଖାନା ପରିଚାଳକ ପୂଜାଲିନ ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶିବିରରେ ତାଲିମପ୍ରାପ୍ତ ଲାବୋରାଟୋରୀ ଟେକ୍ନିସିଆନ ସୂଚୀସ୍ମିତା ରାଉତ ସତର୍କତା ଅବଲମ୍ବନ କରି ସ୍ୱାବ୍‍ ସଂଗ୍ରହ କରିଥିବାବେଳେ ତାଙ୍କୁ ଏଥିରେ ଡାକ୍ତରଖାନାର ଏଲଟି ସରିତା ତ୍ରିପାଠୀ ସହଯୋଗ କରିଥିଲେ। ଡାକ୍ତରଖାନାର ସେବିକା, ସଫେଇ କର୍ମଚାରୀ ଏବଂ ଏନଏସିର କର୍ମଚାରୀ ଏହି ଶିବିର ପରିଚାଳନାରେ ସହାୟତା କରିଥିଲେ।

Comments are closed.