ରେଡ଼ ଜୋନରେ ଖୋର୍ଧା ଓ ଭଦ୍ରକ ; ଅରେଞ୍ଜ ଜୋନରେ ୮ ଜିଲା

ଭୁବନେଶ୍ବର (ବ୍ୟୁରୋ) : କରୋନା ସ୍ଥିତିକୁ ଦେଖି ରାଜ୍ୟର ୩୦ଟି ଜିଲାକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ରାଜଧାନୀ ଭୁବନେଶ୍ବର ସମେତ ଖୋର୍ଧା ଜିଲା, ଭଦ୍ରକ ଜିଲା ରେଡ଼ ଜୋନରେ ରହିଥିବାବେଳେ କରୋନା ସଂକ୍ରମିତ ଠାବ ହୋଇଥିବା କଟକ, ଢ଼େଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ ଓ ସୁନ୍ଦରଗଡ଼ ଜିଲାକୁ ଅରେଞ୍ଜ ଜୋନରେ ରଖାଯାଇଛି । ବାଲେଶ୍ବରରେ ଆଜି ଜଣେ କରୋନା ସଂକ୍ରମିତ ବାହାରିବା ପରେ ଏହି ଜିଲାକୁ ଅରେଞ୍ଜ ଜୋନରେ ସାମିଲ କରାଯିବା ସମ୍ଭାବନା ରହିଛି । ଏହାବ୍ୟତୀତ ଅନ୍ୟ ଜିଲାଗୁଡ଼ିକ ଯେଉଁଠାରେ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ସେମାନେ ଗ୍ରୀନ୍ ଜୋନରେ ଅଛନ୍ତି ।

Comments are closed.