କେଉଁଝରରୁ ଠାବ ପଥର ୪୨୦ କୋଟି ବର୍ଷ ପୁରୁଣା

0

କୋଲକତା: କେଉଁଝର ଜିଲାରୁ ଗତ ପ୍ରାୟ ୮ ବର୍ଷ ତଳେ ଠାବ କରାଯାଇଥିବା ପଥର ୪୨୦ କୋଟି ବର୍ଷ ପୁୁରୁଣା ବୋଲି ଜଣାପଡ଼ିଛି। ସେଥିରେ ଗୋମେଦ(ଚୁମ୍ବକୀୟ ଓ ତେଜସ୍କ୍ରିୟ ବିକିରଣ ଶକ୍ତିଯୁକ୍ତ)ଥିବା କୋଲକତା ବିଶ୍ୱବିଦ୍ୟାଳୟ, ମାଲେସିୟାର କର୍ଟେନ୍‍ ବିଶ୍ୱବିଦ୍ୟାଳୟ ଓ ବେଜିଂ ସ୍ଥିତ ଚାଇନିଜ୍‍ ଏକାଡେମୀ ଅଫ୍‍ ଜିଓଲଜିକାଲ୍‍ ସାଇନ୍ସର ବୈଜ୍ଞାନିକମାନେ କହିଛନ୍ତି। ଏହା ବିଶ୍ୱର ଦ୍ୱିତୀୟ ସର୍ବପୁରାତନ ପଥର ଖଣ୍ଡ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ଅଷ୍ଟ୍ରେଲିଆର ଜାକ୍‍ ହିଲ୍‍ରେ ୪୪୦ କୋଟି ବର୍ଷ ପୁରୁଣା ପଥର ଠାବ କରାଯାଇଥିଲା। ଏହାପରେ ମାନବ ସଭ୍ୟତା ସମ୍ପର୍କିତ ଗବେଷଣାରେ ଓଡ଼ିଶାରୁ ନୂତନ ଦିଗ୍‌ଦର୍ଶନ ମିଳିବ ବୋଲି ଆଶା କରାଯାଉଛି।

Leave A Reply