ଜିଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ବିଜ୍ଞପ୍ତି, ଆସନ୍ତା ୩ ତାରିଖ ମଧ୍ୟରେ ଅଭିଯୋଗ ଓ ପରାମର୍ଶ ଦେବାକୁ ଆହ୍ବାନ

ଭୁବନେଶ୍ବର: ଜିଲା ପରିଷଦ ଅଧ୍ୟକ୍ଷ ପଦ ପୂରଣ ନେଇ ଆଜି ପୁଣି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇଛି। ୧୦ଦିନ ଯାଏ ଅଭିଯୋଗ ଗ୍ରହଣ କରାଯିବ। ଆସନ୍ତା ୩ ତାରିଖ ମଧ୍ୟରେ ଅଭିଯୋଗ ଓ ପରାମର୍ଶ ଦେବାକୁ ଆହ୍ବାନ କରାଯାଇଛି। ଅଭିଯୋଗ ଓ ପରାମର୍ଶ ମିଳିବା ପରେ ସଂରକ୍ଷଣ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ଼, ନୟାଗଡ଼, ବରଗଡ଼, ବାଲେଶ୍ବର, ସୋନପୁର ପଦ ଅଣସଂରକ୍ଷିତ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।

Comments are closed.