ଏଥର ଜିରୋ ନାଇଟ ପାଳନ ମନା

ଭୁବନେଶ୍ବର: ଡିସେମ୍ବର ପାଇଁ କୋଭିଡ ନିୟମାବଳୀରେ ରାଜ୍ୟ ସରକାର ନୂଆବର୍ଷ ପାଳନ ଅବସରରେ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରିଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ଜିରୋ ନାଇଟ ସେଲିବ୍ରେସନ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମନା କରାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କ, ପ୍ରେକ୍ଷାଳୟ, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ଜାଗାରେ ଜିରୋ ନାଇଟ ସେଲିବ୍ରେସନ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ ନିୟମାବଳୀରେ ନିର୍ଦେଶ ଦିଆଯାଇଛି।

 

ସେହିପରି ବର୍ଷ ଶେଷର ଦିନ ତଥା ୨୦୨୧ ଡିସେମ୍ବର ୩୧ ଓ ୨୦୨୨ ଜାନୁଆରୀ ୧ରେ ପିକନିକ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି। ସର୍ବସାଧାରଣ ସ୍ଥାନରେ ପିକନିକ ଓ ଗୋଷ୍ଠୀ​‌ ଭୋଜି କରାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।

Comments are closed.