ଆସନ୍ତାକାଲିଠାରୁ ଜୀ ସାର୍ଥକର ଭକ୍ତିପୂତ ନିବେଦନ ‘ସୁଭଦ୍ରା’

ଜୀ-ସାର୍ଥକ ପ୍ରସ୍ତୁତ କରୁଛନ୍ତି ‘ସୁଭଦ୍ରା’

ସମାଜ ପୋର୍ଟାଲ ଡେସ୍କ : ପବିତ୍ର ରଥଯାତ୍ରାର ଶୁଭ ଅବସରରେ ଜୀ ସାର୍ଥକର ଭକ୍ତିପୂତ ନିବେଦନ ମହାନ ପୌରାଣିକ ଧାରାବାହିକ ‘ସୁଭଦ୍ରା’। ଆସନ୍ତାକାଲିଠାରୁ ରାତି୯ଟାରେ ପ୍ରସାରିତ ହେବ।
ଏକ ପୌରାଣିକ ତଥା ଐତିହାସିକ ଗାଥା ଯାହା ଦର୍ଶକଙ୍କ ମନ ତଥା ହୃଦୟରେ ଏକ ନାରୀର ଜୀବନ ତଥା ସମାଜ ପ୍ରତି ତାହାର ଅବଦାନକୁ ସୁଚାରୁ ରୂପେ ପ୍ରତିଫଳନ କରିପାରିବ। ଏହି ଧାରାବାହିକ ସୁଭଦ୍ରାଙ୍କ ଜୀବନରେ ଏକ ଭଗ୍ନୀ, ଏକ ପତ୍ନୀ ତଥା ଏକ ମାତାର ଚରିତ୍ର ତଥା କର୍ତ୍ତବ୍ୟ ଉପରେ ଆଧାରିତ।

ସୁଭଦ୍ରା, ଜଣେ ଅସୀମ ସାହସୀ ରାଜକୁମାରୀ ଯିଏକି ଅର୍ଜୁନଙ୍କର ପତ୍ନୀ ରୂପରେ ପାଣ୍ଡବ ପରିବାରର ବୋହୁ ହେବା ପରେ କିଭଳି ଭାବେ ନିଜ ସ୍ୱାମୀଙ୍କର ପ୍ରଥମ ପତ୍ନୀ ଦ୍ରୌପଦୀଙ୍କ ସହିତ ନିଜର ସମ୍ପର୍କ ସ୍ଥାପନ କରିବା ତଥା ନିଜ କର୍ତ୍ତବ୍ୟକୁ ପାଳନ କରିଛନ୍ତି ସେ ବିଷୟରେ ଏହି ନୂଆ ଧାରାବାହିକରେ ଦେଖିବାକୁ ମିଳିବ। ଦ୍ରୌପଦୀ ଏବଂ ସୁଭଦ୍ରା, ସମ୍ପର୍କରେ ଯଥାକ୍ରମେ ଶ୍ରୀକୃଷ୍ଣଙ୍କର ପ୍ରିୟ ବାନ୍ଧବୀ ତଥା ଭଉଣୀ ପରସ୍ପର ଏକ ମୋହମାୟାର ସମ୍ପର୍କରେ ଜଡ଼ିତ। ସୁଭଦ୍ରାଙ୍କର ଗୋଟିଏ ପତ୍ନୀରୁ ମାତା ତଥା ମାତାରୁ ଦେବୀ ଯୋଗମାୟାଙ୍କର ଅବତାର ଏକ ନାରୀ ଜୀବନରେ କନ୍ୟାରୁ ଅଭୟଦାୟିନୀ ଦେବୀ ହେବାର ଗାଥାକୁ ଦର୍ଶାଇଥାଏ।

ଜୀ ସାର୍ଥକ ‘ସୁଭଦ୍ରା’

ଧାରାବାହିକରେ ସୁଭଦ୍ରାଙ୍କ ଜୀବନ କାହାଣୀର ଭିନ୍ନ ଏକ ଅଧ୍ୟାୟ ଯେଉଁଥିରେ ସେ ଅଭିମନ୍ୟୁଙ୍କୁ ଶସ୍ତ୍ର ଶିକ୍ଷା ପ୍ରଦାନ କରି ଏକ ମହାନ ଯୋଦ୍ଧାରେ ପରିଣତ କରି ପାରିଛନ୍ତି। ଦର୍ଶକଙ୍କୁ ଏକ ଅଭିନବ ଅନୁଭୂତି ପ୍ରଦାନ କରିବ। ଏହି ଧାରାବାହିକ ଉପରେ ଆଲୋକପାତ କରି ଶ୍ରୀସମ୍ରାଟ ଘୋଷ, (କ୍ଲଷ୍ଟର ହେଡ-ଇଷ୍ଟ, ଜୀ ଏଣ୍ଟେରଟେନମେଣ୍ଟ ଏଣ୍ଟେରପ୍ରାଇଜେସ ଲିମିଟେଡ଼) କହିଛନ୍ତି ଯେ, ଜୀ ସାର୍ଥକ ସର୍ବଦା ଉଚ୍ଚକୋଟୀର ମନୋରଞ୍ଜନ ନିମିତ୍ତ ଦର୍ଶକଙ୍କ ମତାମତକୁ ସାଦର ସମ୍ମାନର ସହିତ ଗ୍ରହଣକରିଥାଏ।  ଏହି କାହାଣୀ ସେଭଳି ଜଣେ ଦର୍ଶକଙ୍କ ମତାମତ ଉପରେ ପ୍ରସ୍ତୁତ ଯିଏକି କହିଥିଲେ ଯେ, ନିଜର ସଂସ୍କୃତି ତଥା ପରମ୍ପରା ବିଷୟରେ ଆହୁରି ନିବିଡ ଜ୍ଞାନ ଅର୍ଜନ କରିବା ପାଇଁ ଟିଭି ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ।

ଆମେ ଆମ ପରମ୍ପରାର ଯେଉଁ କଥା ଆମ ପୂର୍ବପୁରୁଷଙ୍କଠାରୁ ଶୁଣିଆସିଛୁ , ତାହା ଯଦି ଆମେ ନିଜ କାନରେ ଶୁଣିବା ସହିତ ନିଜ ଆଖିରେ ଦେଖିବା ତେବେ ଆମ ମନ ତଥା ହୃଦୟରେ ଏହାର ପ୍ରଭାବ ଆହୁରି ବେଶୀ ପଡ଼ିବ। ସେଥିପାଇଁ ଶୁଭାରମ୍ଭ ହେବାକୁ ଯାଉଛି ଶ୍ରୀକୃଷ୍ଣଙ୍କର ଅଲିଅଳି ଭଉଣୀ ତଥା ମହାନ ଯୋଦ୍ଧା ଅର୍ଜୁନଙ୍କର ପ୍ରାଣପ୍ରିୟା ପତ୍ନୀ ସୁଭଦ୍ରାଙ୍କ ଜୀବନ ଚରିତ୍ର ଉପରେ ଆଧାରିତ ଅଲୌକିକ ଧାରାବାହିକ ‘ସୁଭଦ୍ରା’।
ଅଦ୍ଵିତୀୟ ଏହି ମହାନ ପୌରାଣିକ ଧାରାବାହିକରେ ସୁଭଦ୍ରା ଚରିତ୍ରରେ ସୁମନ ପଟ୍ଟନାୟକ ,ଶ୍ରୀକୃଷ୍ଣ ଚରିତ୍ରରେ ରାଜା, ବଳଭଦ୍ର ଚରିତ୍ରରେ ସୌମ୍ୟ ପ୍ରକାଶ ଦାସ, ଅର୍ଜୁନ ଚରିତ୍ରରେ ନଵପ୍ରୀତ ଅରୋରା,ଦ୍ରୌପଦୀ ଚରିତ୍ରରେ ଦୀପିକାତ୍ରିପାଠୀ, ଦୁର୍ଯ୍ୟୋଧନ ଚରିତ୍ରରେ ବରଦା ପ୍ରସନ୍ନ ପାତ୍ର ଏବଂ କୁନ୍ତୀ ଚରିତ୍ରରେ ସୋମା ଭୌମିକ ଅଭିନୟ କରିଛନ୍ତି। ମେଗା ପୌରାଣିକ ଧାରାବାହିକ ‘ସୁଭଦ୍ରା’ର ନିର୍ଦେଶନା ଦେଇଛନ୍ତି ଅଜୟ ରଥ ଏବଂ ପ୍ରଯୋଜନା କରିଛନ୍ତି ସୌମ୍ୟଦୀପ ଚକ୍ରବର୍ତ୍ତୀ। ଏହି ଧାରାବାହିକର ପ୍ରସାରଣ ଜୁନ୍ ୨୨ ତାରିଖ(ଆସନ୍ତାକାଲି ସୋମବାର)ରୁ ପ୍ରତ୍ୟେକ ସୋମବାର ରୁଶୁକ୍ରବାର ରାତି ୯ଟାରୁ୯.୩୦ ମଧ୍ୟରେ ହେବ।
ଜୀ ସାର୍ଥକ୍ ବିଜନେସ୍ ହେଡ଼,  ଅର୍ଘ୍ୟ ରୟଚୌଧୁରୀ, କହିଛନ୍ତି ଯେ ଦର୍ଶକ ଜୀ ସାର୍ଥକର ପୌରାଣିକ କଥାବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମର ଉପସ୍ଥାପନା ଶୈଳୀକୁ ବହୁତ ପସନ୍ଦ କରନ୍ତି। ଉଚ୍ଚକୋଟୀର ଭିଏଫକ୍ସ ଏବଂ ଗ୍ରାଫିକ୍ସକୁ ଟିଭି ପରଦାରେ ଉପସ୍ଥାପନା କରିବାର ସୌଭାଗ୍ୟ ଆଜି ଜୀ ସାର୍ଥକକୁ ପ୍ରାପ୍ତ ହୋଇଛି। ଲକଡାଉନ୍ ସମୟରେ ଜୀ ସାର୍ଥକର ଟିମ୍ ଏହି ପୌରାଣିକ ଧାରାବାହିକକୁ ଅତି ସରଳ ତଥା ରୁଚିକର କରିବା ନିମିତ୍ତ ନିରନ୍ତର ପ୍ରୟାସ କରିଆସିଛି। ଏହି ଧାରାବାହିକ ଅଧିକାଂଶରେ ଭିଏଫକ୍ସ ଏବଂ ଗ୍ରାଫିକ୍ସ ଉପରେ ଆଧାରିତ ଯାହା ଛୋଟ ପିଲାମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସେମାନଙ୍କୁ ଭରପୁର ମନୋରଞ୍ଜନ ପ୍ରଦାନ କରିବ। ତେଣୁ ପିଲାମାନେ ନିଜ ସଂସ୍କୃତି ତଥା ଐତିହକୁ ଏକ ନୂଆ ରୂପରେ ନୂଆଢଙ୍ଗରେ ଅନୁଭବ କରିପାରିବେ।
‘ସୁଭଦ୍ରା’ର ପ୍ରଥମ ଝଲକ ମାର୍ଚ୍ଚ ମାସରେ ଜୀ ସାର୍ଥକ ସଂସାର ଆୱାର୍ଡସ-୨୦୨୦ରେ ଦେଖିବାକୁ ମିଳିଥିଲା ଯେଉଁଥିରେ ସୁଭଦ୍ରା ଚରିତ୍ରର ଅଭିନେତ୍ରୀ ସୁମନ ପଟ୍ଟନାୟକ ରଥରେ ବସି ଏକରୋମାଞ୍ଚକର ଦୃଶ୍ୟରେ ମଞ୍ଚରେ ପ୍ରବେଶ କରିଥିଲେ ଏବଂ ଦର୍ଶକ ମାନଙ୍କୁ ଅଭିବାଦନ ଜ୍ଞାପନ କରିଥିଲେ।
୩୬୦ ଡ଼ିଗ୍ରୀ ମାର୍କେଟିଙ୍ଗ,ପିଆର ସପୋର୍ଟ ଏବଂ ଅତି ସୁନ୍ଦର ବିଷୟବସ୍ତୁକୁ ନେଇ ଆମେ ଏହି ଧାରାବାହିକକୁ ପ୍ରତି ଘରେ ଘରେ ଆଦୃତ କରିବାର ଆଶା ରଖୁଛୁ।

Comments
Loading...