ଜରିନ୍‍ ଖାନଙ୍କ କାର ଧକ୍କାରେ ସ୍କୁଟର ଚାଳକ ମୃତ

0

ପଣଜି : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜରିନ ଖାନ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ଏଥର ଚର୍ଚ୍ଚା ଜରିନ ଖାନଙ୍କ ଅଭିନୟ କିମ୍ବା ନୃତ୍ୟକୁ ନେଇ ନୁହେଁ। ଅଭିନେତ୍ରୀ ଜରିନ ଖାନଙ୍କ କାର ଧକ୍କାରେ ଜଣେ ବାଇକଚାଳକଙ୍କ ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଜରିନ୍‍ ନିଜ କାରରେ ଯାଉଥିବା ସମୟରେ ତାଙ୍କ କାର ଏକ ସ୍କୁଟର ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସ୍କୁଟର ଚାଳକଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ନାମ ନିତେଶ ଗୋରାଲ(୩୧)। ସେ ଗୋଆର ସମୁଦ୍ର ତଟବର୍ତ୍ତୀ ବାସିନ୍ଦା ହୋଇଥିବା ଜଣାପଡିଛି। ପୁଲିସର କହିବା ଅନୁସାରେ ଦୁର୍ଘଟଣା ସମୟରେ ଜରିନଙ୍କ କାର ଅଲ୍ଲୀ ଅବବାସ ଚଲାଉଥିଲେ। ପୁଲିସ ଏହି ଘଟଣାର ତଦନ୍ତ ଚଳାଇଛି।

Leave A Reply