ମୁକେଶ ଅମ୍ବାନୀଙ୍କୁ ଜେଡ୍‌+ ସୁରକ୍ଷା

ନୂଆଦିଲ୍ଲୀ : ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଗୃହ ମନ୍ତ୍ରଣାଳୟ ତରଫରୁ ଜେଡ୍‌+ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନୀଙ୍କୁ ପୂର୍ବରୁ ଜେଡ୍‌ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯାଇଥିଲା। ତେବେ ଗତବର୍ଷ ତାଙ୍କ ବାସଭବନ ନିକଟରେ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ଗୃହ ମନ୍ତ୍ରଣାଳୟ ତରଫରୁ ତାଙ୍କୁ ଜେଡ୍‌+ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା। ବିଶିଷ୍ଟ ଓ ଅତିବିଶିଷ୍ଟ ବ୍ୟକ୍ତିଙ୍କ ସଂପର୍କରେ ଗୋଇନ୍ଦା ବିଭାଗର ତଥ୍ୟ ଆଧାରରେ ଏକ୍ସ, ୱାଇ, ଜେଡ୍‌, ଜେଡ୍‌+, ଏସ୍‌ପିଜି ଆଦି ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।

Comments are closed.