ଟ୍ବିଟ କରି ସଞ୍ଜୟ ଦତ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ଯୁବରାଜ, କହିଲେ ‘ଆପଣ ଜଣେ ଯୋଦ୍ଧା ଓ ଏହା ସର୍ବଦା ରହିବେ’

ନୂଆଦିଲ୍ଲୀ: ବଲିଉଡ଼ର ଅଭିନେତା ସଞ୍ଜୟ ଦତ୍ତଙ୍କର ଫୁସଫୁସ କର୍କଟ ରୋଗ ତୃତୀୟ ପର୍ଯ୍ୟୟରେ ଅଛି। ଏହି କାରଣରୁ ସେ କାମରୁ ବିରତି ନେଇଛନ୍ତି । ସଞ୍ଜୟ ଦତ୍ତ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସକଙ୍କୁ ଏହାର ସୂଚନା ଦେଇଥିଲେ। ଏହା ପରେ କ୍ୟାନସରକୁ ପରାସ୍ତ କରିଥିବା ପୂର୍ବତନ ଭାରତୀୟ ଅଲରାଉଣ୍ଡର ତଥା ଯୁବରାଜ ସିଂ ତାଙ୍କୁ ଏକ ବାର୍ତ୍ତା ଦେଇଛନ୍ତି । ୨୦୧୧ ରେ ଯୁବରାଜ ଏହି କର୍କଟ ରୋଗ ସହ ସଂଘର୍ଷ କରୁଥିଲେ ଓ ଶେଷରେ ସେ ଏହି ରୋଗକୁ ପରାସ୍ତ କରି ନିଜ କର୍ମ କ୍ଷେତ୍ରକୁ ଫେରିଥିଲେ।

ଯୁବରାଜ ସଞ୍ଜୟ ଦତ୍ତଙ୍କୁ ଏକ ବାର୍ତ୍ତାରେ କହିଛନ୍ତି ଯେ, ଆପଣ ଜଣେ ଯୋଦ୍ଧା ଓ ଏହା ସର୍ବଦା ରହିବେ। ମୁଁ ଜାଣେ ଏହା କେତେ କଷ୍ଟଦାୟକ । କିନ୍ତୁ ମୁଁ ମଧ୍ୟ ଜାଣେ ଯେ ଆପଣ ଶକ୍ତିଶାଳୀ ଓ କଠିନ ସମୟକୁ ଦୂର କରି ପାରିବେ। ଆପଣ ଶୀଘ୍ର ଭଲ ହୋଇଯାଆନ୍ତୁ ଏହା ମୋର ପ୍ରାର୍ଥନା।

ସଞ୍ଜୟ ଦତ୍ତ ମଧ୍ୟ କହିଛନ୍ତି ଯେ, ଚିକିତ୍ସା ହେତୁ ସେ କାମରୁ ବିରତି ନେଉଛନ୍ତି। ଚିନ୍ତା କରିବାର କିଛି ନାହିଁ । ପରିବାର, ବନ୍ଧୁ ଓ ପ୍ରଶଂସକମାନେ ସେମାନଙ୍କ ସହିତ ଅଛନ୍ତି। ଗୁଜବ ଉପରେ ବିଶ୍ୱାସ କର ନାହିଁ। ସେ ଖୁବ ଶୀଘ୍ର ଫେରିବେ।

Comments are closed.