ଏମିତି ପ୍ରସ୍ତୁତ କରିଛନ୍ତି କି ମସଲା ଚିକେନ

ଆବଶ୍ୟକ ସାମଗ୍ରୀ
ଚିକେନ – ୬୦୦ଗ୍ରାମ
ଲୁଣ – ଆବଶ୍ୟକ ପରିମାଣରେ
ଲେମ୍ବୁ ରସ – ୨ଚାମଚ
ଅଦା ରସୁଣ ବଟା – ୪ ଚାମଚ
ତେଲ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
କଟା ପିଆଜ – ୨ଟି
ଭୁସଙ୍ଗ ପତ୍ର – ଅଳ୍ପ
କଞ୍ଚା ଲଙ୍କା – ୩ଟି
ଟମାଟୋ ସସ – ଅଳ୍ପ
ପ୍ରସ୍ତୁ୍ତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏକ ମାଟି ପାତ୍ରରେ ରଖି ଦିଅନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ,ଲୁଣ, ଅଦା ରସୁଣ ବଟା, ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ୩୦ ମିନିଟ ରଖିଦିଅନ୍ତୁ। ଗ୍ୟାସ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଳାଇ ରଖିଥିବା ଚିକେନକୁ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଭାଜି ହୋଇଗଲେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ବଳିଥିବା ତେଲରେ କଟା ପିଆଜ, କଞ୍ଚା ଲଙ୍କା ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ଏଥିରେ କଟା ଅଦା,ରସୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଳ୍ପ ଲୁଣ ପକାଇ, ଟମାଟୋ ସସ, ଅଳ୍ପ ପାଣି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଚିକେନ , ଭୁସଙ୍ଗ ପତ୍ର ପକାଇ ୫ ରୁ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।

Comments are closed.