ବାସିରୁଟିରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ରୁଟି ଫ୍ରାଏ

ବାସି ରୁଟି – ଆବଶ୍ୟକ ପରିମାଣରେ
ସିମଲା ଲଙ୍କା – ୨ଟି
ଗାଜର – ୧ଟି
ବନ୍ଧାକୋବି – ଅଳ୍ପ
ପିଆଜ – ୧ଟି
ରସୁଣ – ୨ଟି
ଅଦା – ଛୋଟ ଖଣ୍ଡେ
ଲୁଣ – ଆବଶ୍ୟକ ପରିମାଣରେ
ଚିନି – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଟମାଟୋ ସସ୍‍ – ଅଳ୍ପ
ଚିଲି ସସ୍‍
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ରୁଟି ସରୁ ଆକାରରେ କାଟି ଦିଅନ୍ତୁ। ଗ୍ୟାସରେ ଏକ ପାତ୍ର ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପିଆଜ, ଅଦା, ବନ୍ଧାକୋବି, ସିମଲା ଲଙ୍କା,ଗାଜର ,ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ପକାଇ କିଛି ସମୟ ଭାଜନ୍ତୁ। ଭାଜିବା ପରେ ଲୁଣ, ଗୋଲମରିଚ ଗୁଣ୍ଡ, ସାମାନ୍ୟ ଚିନି ପକାନ୍ତୁ। ଏଥିରେ ଏଥିରେ ସସ୍‍ ପକାନ୍ତୁ। ଶେଷରେ କଟା ହୋଇଥିବା ରୁଟି ଗୁଡିକୁ ଏଥିରେ ପକାଇ ଗୋଳାଇ ଦିଅନ୍ତୁ। ଏକ ପାତ୍ରକୁ କାଢି କଟା ପିଆଜ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଥିଲା ବାସି ରୁଟି ଫ୍ରାଏ।

 

Comments are closed.