ଅଦା ପୁରୀ

ଆବଶ୍ୟକ ସାମଗ୍ରୀ
ଅଟା – ୫କପ
ମଇଦା – ସାମାନ୍ୟ
ଗୋଟା ଜିରା – ଅଳ୍ପ
ଅଦା ଓ କଞ୍ଚା ଲଙ୍କା ବଟା – ୧ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ଘିଅ – ୨ଚାମଚ
କଦଳୀ – ୨ଟି
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଟା, ମଇଦା , କଦଳୀକୁ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହା ପରେ ଏଥିରେ ଲୁଣ, ଅଦା, କଞ୍ଚା ଲଙ୍କା ବଟା, ଜିରା, ଘିଅ ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ଅଳ୍ପ ଅଳ୍ପ ପାଣି ଦେଇ ନରମ ଭାବେ ଅଟା ଚକଟା ପ୍ରସ୍ତୁତ କରନ୍ତୁ। ଚକଟା ଅଟାକୁ କିଛି ସମୟ ରଖି ଏଥିରୁ ଗୋଲ କରି ଗୁଳା ପ୍ରସ୍ତୁତ କରନ୍ତୁ। ଗୁଳାକୁ ପୁରୀ ଆକାରର କରି ବେଲି ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ବେଲି ଥିବା ପୁରୀକୁ କଡ଼େଇରେ ପକାଇ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ଅଦା ପୁରୀ । ଏହାକୁ ଗରମାଗରମ ଖାଆନ୍ତୁ।

Comments are closed.