ସହଜରେ ପ୍ରସ୍ତୁତ କରନ୍ତୁ ଚଟ୍‍ପଟି ମସଲା ଲଙ୍କା

ଆବଶ୍ୟକ ସାମଗ୍ରୀ
କଞ୍ଚା ଲଙ୍କା – ଆବଶ୍ୟକ ପରିମାଣରେ
ମେଥି ଦାନା – ଅଳ୍ପ
ସୋରିଷ ଗୁଣ୍ଡ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଅଳ୍ପ
ଲୁଣ – ସ୍ୱାଦ ଅନୁଯାୟୀ
ଲେମ୍ବୁ ରସ – ୧ ଚାମଚ
ସୋରିଷ ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଞ୍ଚା ଲଙ୍କାକୁ ଭଲ ଭାବେ ଧୋଇ ଏହାକୁ ମଝିରୁ କାଟି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରରେ ରଖି ମେଥି ଦାନା,ସୋରିଷ ଗୁଣ୍ଡ,ହଳଦୀ ଗୁଣ୍ଡ, ଲୁଣ ପକାନ୍ତୁ। ଏବେ ସୋରିଷ ତେଲ ଗରମ କରି ଏଥିରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଲେମ୍ବୁ ରସ ମିଶାନ୍ତୁ। ଥଣ୍ଡା ହେବା ପରେ ଏକ ପାତ୍ରରେ ରଖି ଫ୍ରିଜରେ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଚଟ୍‍ପଟି ମସଲା ଲଙ୍କା। ଏହାକୁ ପୁରୀ,ପରଟା,ଭାତ ଡାଲି ସହ ଖାଇପାରିବେ।

Comments are closed.