ମକର ସଂକ୍ରାନ୍ତିରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଖେଚେଡି

ଆବଶ୍ୟକ ସାମଗ୍ରୀ
ଅରୁଆ ଚାଉଳ – ୨ କପ
ପାଣି – ୧ ଗ୍ଲାସ
ଘିଅ – ୨ ଚାମଚ
ନଡ଼ିଆ କୋରା – ୧କପ
ଚିନି – ୨ ଚାମଚ
ତେଜପତ୍ର – ୧ଟି
ଗୁଜୁରାତି – ୨ଟି
ଡ଼ାଲଚିନି – ୨ଟି
ଲୁଣ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କୁକର ବସାନ୍ତୁ। ଏଥିରେ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ନଡ଼ିଆ କୋରା , ଚିନି, ତେଜପତ୍ର,ଗୁଜୁରାତି , ଡ଼ାଲଚିନି , ହଳଦୀ ଗୁଣ୍ଡ ପକାଇ ଫୁଟାନ୍ତୁ। ଫୁଟିବା ପରେ ଘିଅ, ଚାଉଳକୁ ଧୋଇ ପକାନ୍ତୁ। ଚାଉଳ ପକାଇବା ପରେ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। ଏହା ପରେ କୁକରର ଢାଙ୍କୁଣୀ ଦେଇ ମଧ୍ୟମ ଆଞ୍ଚରେ ୨ରୁ ୩ଟି ସିଟି ଦିଅନ୍ତୁ। ଏବେ କୁକରକୁ ଗ୍ୟାସରୁ ଓହ୍ଲାଇ କିଛି ସମୟ ରଖିବା ପରେ ଏକ ପାତ୍ରକୁ ଏହାକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।

Comments are closed.