କ୍ରିମ ଗୋଲାପ ପାଖୁଡ଼ା ଖିରୀ

ଆବଶ୍ୟକ ସାମଗ୍ରୀ
କ୍ଷୀର – ୩ କପ
କ୍ରିମ – ୨କପ
ଚିନି – ୨ଚାମଚ
ପିସ୍ତା – ଆବଶ୍ୟକ ପରିମାଣରେ
କର୍ଣ୍ଣଫ୍ଲୋର – ଅଳ୍ପ
କମଳା ରସ – ଅଳ୍ପ
ଗୋଲାପ ଜଳ – ୨ଚାମଚ
ଗୋଲାପ ସରବତ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ସେଥିରେ କ୍ଷୀର, କ୍ରିମ, କର୍ଣ୍ଣଫ୍ଲୋର ପକାଇ ଭଲ ଭାବେ ଗୋଳାଇ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ଏଥିରେ ଚିନି ପକାଇ ପୁଣି ଫୁଟାନ୍ତୁ। ଏବେ ଏଥିରେ ଗୋଲାପ ଜଳ ପକାଇ ଏହାକୁ ଏକ ପାତ୍ରକୁ କାଢି ୩୦ ମିନିଟ ଫ୍ରିଜରେ ରଖନ୍ତୁ। ଏବେ ଆଉ ଏକ ଅନ୍ୟ ପାତ୍ରରେ ଗୋଲାପ ସରବତ, କର୍ଣ୍ଣଫ୍ଲୋର, ପାଣି ମିଶାଇ ଗ୍ୟାସରେ ଧିମା ଆଞ୍ଚରେ ବସାନ୍ତୁ। ଏହା ଗାଢ ହେବା ପର୍ୟ୍ୟନ୍ତ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଏକ ପାତ୍ରକୁ କାଢି ୨ ଘଣ୍ଟା ଫ୍ରିଜରେ ରଖି ଥଣ୍ଡା କରି ଦିଅନ୍ତୁ। ପୁଣି ଗ୍ୟାସରେ କଡ଼େଇ ବସାଇ ବଟର ଗରମ କରନ୍ତୁ। ଏବେ ଏଥିରେ ପିସ୍ତା ଓ ଚିନି ପକାଇ ଗରମ କରନ୍ତୁ। ଏବେ ଏହାକୁ ପୂର୍ବରୁ ପ୍ରସ୍ତୁତ ହୋଇ ଫ୍ରିଜରେ ରହିଥିବା ମିଶ୍ରଣରେ ମିଶାନ୍ତୁ ଓ ଫ୍ରିଜରେ ରଖି ଦିଅନ୍ତୁ। ଏବେ ପୂର୍ବରୁ ପ୍ରଥମେ ରଖିଥିବା ମିଶ୍ରଣରେ ୨ୟଥର ଫ୍ରିଜରେ ରଖିଥିବା ମିଶ୍ରଣରେ ମିଶାନ୍ତୁ। ଏହା ଉପରେ ପିସ୍ତା ସଜାଇ ଥଣ୍ଡା ଥଣ୍ଡା ଖାଆନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା କ୍ରିମ ଗୋଲାପ ପାଖୁଡ଼ା ଖିରୀ ।