ଖଜୁରୀ ଖିରୀ

ଆବଶ୍ୟକ ସାମଗ୍ରୀ
ଖିର – ( ଫୁଟା )୧ଲିଟର
ଖଜୁରୀ – ୧କପ
ଚିନି – ୧କପ ରୁ କମ
ବାଦାମ, କାଜୁ – ଆବଶ୍ୟକ ପରିମାଣରେ
କେସର ମିଶା ଖିର – ୩ ଚାମଚ ( ୩ ଚାମଚରେ ଖିରରେ କିଛି କେସର ପକା ହୋଇ ବତୁରାଇ ରଖାଯାଇଥିବା)
ଘିଅ – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଖଜୁରୀ ଭିତରୁ ମଞ୍ଜି କାଢି ଦିଅନ୍ତୁ। ଏହାପରେ ଏହାକୁ ଭଲ ଭାବେ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ପ୍ରସ୍ତୁତ ଖଜୁରୀ ପେଷ୍ଟକୁ ପକାଇ କିଛି ସମୟ ଗୋଳାନ୍ତୁ। ଏବେ କାଜୁ, ବାଦାମକୁ ମଧ୍ୟ ଅଳ୍ପ ପେଷି ଦିଅନ୍ତୁ। ଏବେ ଗ୍ୟାସରେ ବସାଇଥିବା ଖଜୁରୀ ପେଷ୍ଟରେ କାଜୁ ପେଷ୍ଟ, ଖିର ଓ ଚିନି ପକାଇ ଭଲ ଭାବେ ଗୋଳାଇ କିଛି ସମୟ ବସାନ୍ତୁ। କିଛି ସମୟ ପରେ ଏଥିରେ ଗୁଜୁରାତି ଗୁଣ୍ଡ ପକାଇ ଗ୍ୟାସ ବସାଇ ରଖନ୍ତୁ। ୧୦ ମିନିଟ ମଧ୍ୟରେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖଜୁରୀ ଖିରୀ।

Comments are closed.