କାଜୁ ଗାଜର ହାଲୱା

ଆବଶ୍ୟକ ସାମଗ୍ରୀ
ଗାଜର – ୪ଟି
ପେଷା ଚିନି – ୧ କପ
କ୍ଷୀର – ୩ କପ
କାଜୁ – ୪ଟି
କିସ୍‍ମିସ୍‍ – ୩ ଟି
ସାମାନ୍ୟ ଲୁଣ
ଘିଅ କିମ୍ବା ତେଲ – ୪ରୁ ୫ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗାଜରକୁ ଭଲ ଭାବେ ଧୋଇ ତାହାର ଚୋପା ଛଡ଼ାଇ ଦିଅନ୍ତୁ। ଏହା ପରେ ଗାଜରକୁ ପରିବା କୋରଣା ( ପରିବା କଟରରେ)ରେ କୋରି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ସେଥିରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ କୋରା ହୋଇଥିବା ଗାଜରରେ ସାମାନ୍ୟ ଲୁଣ ପକାଇ ଭାଜନ୍ତୁ। ୨ରୁ ୩ମିନିଟ ଭାଜିବା ପରେ ଏଥିରେ ପେଷା ହୋଇଥିବା ଚିନି ପକାଇ କ୍ଷୀର ପକାନ୍ତୁ ଓ ଏକ ପାତ୍ର ଘୋଡ଼ାଇ ୩ରୁ ୪ ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି କାଜୁ ଓ କିସ୍‍ମିସ୍‍ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କାଜୁ ଗାଜର ହାଲୱା।

Comments are closed.