ଛଣା ପନିର ରୋଲ

ଆବଶ୍ୟକ ସାମଗ୍ରୀ
ମଇଦା – ୨କପ
ଘିଅ – ୧କପ ରୁ କମ
କୋରା ପନିର – ୧କପ
ଲଙ୍କା ଗୁଣ୍ଡ – ଅଳ୍ପ
ଅଦା ରସୁଣ ବଟା – ୨ଚାମଚ
ଗରମ ମସଲା – ୧ଚାମଚ
ଲୁଣ – ଆବଶ୍ୟକ ସାମଗ୍ରୀ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ବଡ଼ ପାତ୍ରରେ ମଇଦା ଓ ଘିଅକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଅଳ୍ପ ପାଣି ଦେଇ ନରମ ଦଳି ଚକଟା ପ୍ରସ୍ତୁତ କରନ୍ତୁ। ଏହାକୁ ୧୦ ମିନିଟ ରଖି ଦିଅନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ ପନୀର, ଅଦା ରସୁଣ ବଟା, ଲୁଣ, ଲଙ୍କା ଗୁଣ୍ଡ,ଗରମ ମସଲା ପକାଇ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରିଦିଅନ୍ତୁ। ଚକଟା ମଇଦାରୁ ଛୋଟ ଛୋଟ ଗୁଳା କରି ଦିଅନ୍ତୁ। ଏହି ଗୁଳାରୁ ରୁଟି ଆକୃତିର ବେଲି ଦିଅନ୍ତୁ। ଏହି ରୁଟିରେ ପନୀର ମିଶ୍ରଣକୁ ରଖନ୍ତୁ।  ଏହାକୁ ଭଲ ଭାବେ ରୋଲ ଭଳି ମୋଡ଼ି ଦିଅନ୍ତୁ।  ଏବେ ଗ୍ୟାସ ଲଗାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏହାକୁ ଭଲ ଭାବେ ଛାଣି ଦିଅନ୍ତୁ। ଛାଣିବା ପରେ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ଛଣା ପନିର ରୋଲ । ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.