କାର୍ତ୍ତିକ ମାସର ସ୍ୱାଦିଷ୍ଟ ଡାଲମା

ଆବଶ୍ୟକ ସାମଗ୍ରୀ
ପରିବା
କଞ୍ଚା କଦଳୀ – ୨ଟି
ମୁଗଡ଼ାଲି – ୧କପ
ନଡ଼ିଆ କୋରା – ୧କପ
ଗୋଟା ଜିରା – ଅଳ୍ପ
ଘିଅ – ଆବଶ୍ୟକ ଅନୁଯାୟୀ
ଜିରା, ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ପାଣି କଖାରୁ – ଫାଳେ
ଓଉ – ୧ଟି
ସାରୁ – ୩ଟି
ଆଳୁ – ୨ଟି
ଲୁଣ – ଆବଶ୍ୟକ ଅନୁଯାୟୀ
ଶୁଖିଲା ଲଙ୍କା – ୨ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପରିବା ଓ ଓଉକୁ ଭଲ ଭାବେ କାଟି ଧୋଇ ରଖନ୍ତୁ। ଏବେ ଗ୍ୟାସରେ ଏକ ବଡ଼ ପାତ୍ର ବସାଇ ପାଣି ଗରମ କରନ୍ତୁ। ପାଣି ଗରମ ହେଲେ ଏଥିରେ ମୁଗଡ଼ାଲି ପକାଇ ୧୦ରୁ ୧୫ ଫୁଟାନ୍ତୁ। ଏବେ ଏଥିରେ ସମସ୍ତ ପରିବା, ଲୁଣ, ପକାଇ ଏକ ଘୋଡ଼ଣୀ ଘୋଡ଼ାଇ ୧୫ ରୁ ୨୦ ମିନିଟ ଫୁଟାନ୍ତୁ। ଏଥିରେ ଓଉ ପକାନ୍ତୁ। ଏବେ ଏକ ଛୋଟ କଡ଼େଇରେ ଗୋଟା ଜିରା, ଶୁଖିଲା ଲଙ୍କା, ଘିଅ ପକାଇ ଗରମ କରନ୍ତୁ। ଏହାକୁ ସିଝୁଥିବା ଡ଼ାଲମାରେ ପକାନ୍ତୁ। ଏହା ପରେ ନଡ଼ିଆ କୋରା, ଜିରା ଲଙ୍କା ଗୁଣ୍ଡ ଏଥିରେ ପକାଇ ଡ଼ାଲମାକୁ ୨ ମିନିଟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା କାର୍ତ୍ତିକ ମାସର ସ୍ୱାଦିଷ୍ଟ ଡାଲମା।

Comments are closed.