ସ୍ୱାଦିଷ୍ଟ କଫି

ଆବଶ୍ୟକ ସାମଗ୍ରୀ
କଫି – ଆବଶ୍ୟକ ପରିମାଣରେ
କଦଳୀ – ୧ଟି
କ୍ଷୀର – ୧କପ
ଡ଼ାଲଚିନି ଗୁଣ୍ଡ – ୧ ଚାମଚ
ଚିନି – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ କଦଳୀ ଓ ଚିନିକୁ ଭଲ ଭାବେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ଏହି ପ୍ରସ୍ତୁତ ପେଷ୍ଟକୁ ସେଥିରେ ପକାଇ ଗୋଳାନ୍ତୁ। କିଛି ସମୟ ଗୋଳାଇବା ପରେ ଏଥିରେ କ୍ଷୀର ପକାଇ ପୁଣି ଗୋଳାନ୍ତୁ। କିଛି ସମୟ ଫୁଟିବା ପରେ ଏଥିରେ ଡ଼ାଲଚିନି ଗୁଣ୍ଡ ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଭଲ ଭାବେ ପେଷି ଦିଅନ୍ତୁ। ଏହାପରେ ଅନ୍ୟ ଏକ ପାତ୍ର ଗ୍ୟାସରେ ବସାଇ କ୍ଷୀର, ଚିନି, କଫି ପାଉଡ଼ର ପକାଇ ଫୁଟାଇ ଦିଅନ୍ତୁ। କଫି ପ୍ରସ୍ତୁତ ହେବା ପରେ ଏହାକୁ ଏକ କାଚ ଗ୍ଲାସକୁ କାଢି ପ୍ରସ୍ତୁତ ମିଶ୍ରଣକୁ ଏହାଉପରେ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ କଫି ।