ପାଉଁରୁଟି ମିଠା

ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୬ ରୁ ୭ ଖଣ୍ଡ
କଷ୍ଟଡ଼୍‍ ପାଉଡ଼ର – ୩ ଚାମଚ
ବଟର – ୧ ଚାମଚ
ଚିନି – ୩ ଚାମଚ
କ୍ଷୀର – ୧ ଲିଟରୁ ସାମାନ୍ୟ କମ୍
କାଜୁ , ପେସ୍ତା ବାଦାମ, କିସ୍‍ମିସ୍‍ – ଆବଶ୍ୟକ ପରିମାଣରେ
ତେଲ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ କ୍ଷୀରରେ ନିଅନ୍ତୁ। କ୍ଷୀରରେ କଷ୍ଟଡ଼୍‍ ପାଉଡ଼ର ଓ ବଟରକୁ ପକାଇ ଗୋଳାନ୍ତୁ। କିଛି ସମୟ ଗୋଳାଇବା ପରେ ଏଥିରେ ଚିନି , ପାଉଁରୁଟି ପକାଇ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସ ଲଗାଇ ଏହି ମିଶ୍ରଣକୁ ଭଲ ଭାବେ ଫୁଟାନ୍ତୁ। ଫୁଟିବା ସମୟରେ ବଡ଼ ଚାମଚରେ ଗୋଳାନ୍ତୁ। ୪ ରୁ ୫ ମିନିଟ ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ଏକ ପାତ୍ରରେ ସାମାନ୍ୟ ତେଲ ଲଗାଇ ଏହାକୁ ଢାଳନ୍ତୁ। ଏଥିରେ କାଜୁ, ପେସ୍ତା ବାଦାମ, କିସ୍‍ମିସ୍‍ ପକାନ୍ତୁ। ଏହାପରେ ଏହାକୁ ମାଇକ୍ରୋଭେନରେ ୧୦ ମିନିଟ ରଖନ୍ତୁ। ମାଇକ୍ରୋଭେନ ନଥିଲେ କୁକରରେ ଲୁଣ ରଖି ଏହି ପାତ୍ରକୁ ୧୦ ମିନିଟ ରଖନ୍ତୁ। ୧୦ ମିନିଟ ପରେ କାଢି ୧ ଘଣ୍ଟା ପାଇଁ ଫ୍ରିଜରେ ରଖନ୍ତୁ। ଏବେ ଏହାକୁ ଛୁରୀ ଦ୍ୱାରା ଚାରିକଣିଆ କରି କାଟି ଦିଅନ୍ତୁ। ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.