ୱାଇଏସଆର କଂଗ୍ରେସ ପ୍ରମୁଖଙ୍କ ଉପରେ ବିମାନବନ୍ଦରରେ ଆକ୍ରମଣ

0

ବିଶାଖାପଟନମ୍‍: ଆନ୍ଧ୍ରପ୍ରଦେଶର ବିଶାଖାପଟନମ ବିମାନ ବନ୍ଦରରେ ୱାଏସଆର କଂଗ୍ରେସ ପ୍ରମୁଖ ଜଗନ ମୋହନ ରେଡ୍ଡିଙ୍କ ଉପରେ ଆକ୍ରମଣ ହୋଇଛି। ଆକ୍ରମଣକାରୀଙ୍କୁ ଧରି ପୁଲିସ ପଚରାଉଚରା କରୁଥିବାବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ ଫଳରେ ଶ୍ରୀ ରେଡ୍ଡିଙ୍କ ବାମ ହାତରେ ଗଭୀର କ୍ଷତ ହୋଇଛି। ତେବେ ଏହି ଘଟଣା ପରେ ବିମାନବନ୍ଦରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ବିମାନ ବନ୍ଦରରେ ଶ୍ରୀ ରେଡ୍ଡି ବୋଡିଂ ପାସର ଅପେକ୍ଷାରେ ଥିବାବେଳେ ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅପେକ୍ଷାରତ ଶ୍ରୀ ରେଡ୍ଡିଙ୍କ ପାଖରେ ହଠାତ୍‍ ଜେଣ ଯୁବକ ଆସି ସେଲ୍ଫି ନେବା ବାହାନାରେ ଏହି ଆକ୍ରମଣ କରିଥିଲା। ଘଟଣାର ତୁରନ୍ତ ପରେ ସେଠାରେ ଉପସ୍ଥିତ ପୁଲିସ ଅଧିକାରୀ ଉକ୍ତ ଯୁବକଙ୍କୁ କାବୁ କରି ନେଇଥିଲେ ମଧ୍ୟ ତାଙ୍କ ପରିଚୟ ମିଳି ପାରିନାହିଁ।

Leave A Reply