MEllora 950×100

ମୋତେ କ୍ଷମା କର ମହାପ୍ରଭୁ- ୟୁଟ୍ୟୁବର ଅନିମେଶ

ପୁରୀ: ଶ୍ରୀମନ୍ଦିର ଡ୍ରୋନ ଭିଡିଓ ଭାଇରାଲ ଘଟଣାରେ କ୍ଷମା ମାଗିଲେ ବଙ୍ଗୀୟ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ। ଏକ ଭିଡିଓ ମାଧ୍ୟମରେ ରବିବାର ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଓଡ଼ିଶାବାସୀଙ୍କୁ ହାତଯୋଡ଼ି କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ଦୃଶ୍ୟ ରେକର୍ଡିଂ ଉପରେ କଟକଣା ଥିବା ସେ ଜାଣି ନଥିଲେ। କୌଣସି ପୁଲିସ ଅଧିକାରୀ ତାଙ୍କୁ ଏଥିପାଇଁ ଅନୁମତି ଦେଇ ନଥିବା ଅନିମେଶ କହିଛନ୍ତି। ପୁଲିସ ତାଙ୍କ ବିରୋଧରେ ତଦନ୍ତ ପାଇଁ ସିଟି ଡିଏସପିଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିଛି।

ସିଂହଦ୍ୱାର ଥାନାରେ ଏତଲା ଦିଆଯିବା ପରେ ଭୟଭୀତ ହୋଇଛନ୍ତି ଅନିମେଶ। ପୁରୀ ପୁଲିସ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଏକ ଭିଡିଓ ମାଧ୍ୟମରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାସତ୍ତ୍ୱେ ପୁଲିସ ତାଙ୍କୁ ଗିରଫ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

Comments are closed.