୫.୮ କୋଟି ଭିଡିଓ ହଟାଇଲା ୟୁଟ୍ୟୁବ୍‍

0

ୱାଶିଂଟନ : ୟୁଟ୍ୟୁବ୍‍ ତୃତୀୟ ତ୍ରୈମାସରେ ନୀତି ଉଲ୍ଲଙ୍ଘନ ପାଇଁ ୫୮ ନିୟୁତ (୫ କୋଟି ୮୦ ଲକ୍ଷ) ଭିଡ଼ିଓ ଅପସାରଣ କରିନେଇଛି। ଗୁଗଲ ପକ୍ଷରୁ ଗୁରବାର ଏହି ସୂଚନା ଦିଆଯାଇଛି। ଆପତ୍ତିଜନକ ଭିଡ଼ିଓ ଓ ନୀତି ଉଲ୍ଲଙ୍ଘନ ଯୋଗୁଁ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଆମେରିକା, ୟୁରୋପ ଏବଂ ଏସିଆର ଅନେକ ଦେଶ ବିଭିନ୍ନ ସାମାଜିକ ଗଣମାଧ୍ୟମକୁ ଆପତ୍ତିଜନକ ଓ ଘୃଣାପ୍ରସାର କରୁଥିବା ଭିଡ଼ିଓ ଚିହ୍ନଟ କରି ହଟାଇବାକୁ ଚାପ ପକାଇ ଆସୁଛନ୍ତି। ସରକାରଙ୍କ ନିର୍ଦେଶର ମାତ୍ର ଘଣ୍ଟାଏ ମଧ୍ୟରେ ଆପତ୍ତିଜନକ ତତ୍ତ୍ୱ ଓ ଭିଡ଼ିଓକୁ ସାମାଜିକ ଗଣମାଧ୍ୟମରୁ ହଟାଇ ଦେବାକୁ ୟୁରୋପ ୟୁନିଅନ ସାମାଜିକ ଗଣମାଧ୍ୟମକୁ ପ୍ରସ୍ତାବ ଦେଇଥିଲା। ଏହି କ୍ରମରେ ୟୁଟ୍ୟୁବ୍‍ ଅଟୋମେଟେଡ୍‍ ଡିଟେକ୍ସନ୍‍ ଟୁଲ୍‍ ସ୍ପାମ ଓ ଆପତ୍ତିଜନ ଭିଡ଼ିଓ ଚିହ୍ନଟ କରିଛି। ସେପ୍ଟେମ୍ବର ମାସରେ ଆପତ୍ତିଜନକ ଭିଡ଼ିଓ ମଧ୍ୟରୁ ପ୍ରାୟ ୯୦%, ପାଖାପାଖି ୧୦,୪୦୦ ଭିଡ଼ିଓ ହଟାଇ ଦିଆଯାଇଥିଲା ବୋଲି ୟୁଟ୍ୟୁବ୍‍ ସୂଚନା ଦେଇଛି।

Leave A Reply