କରୋନା ସମୟରେ ଫେସବୁକରେ ଏହି ନୂଆ ଇମୋଜିର ହେଉଛି ବହୁଳ ବ୍ୟବହାର

ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ପ୍ରିୟଜନଙ୍କୁ ନେଇ ସମସ୍ତେ ବେଶ୍ ଚିନ୍ତିତ। ଲୋକମାନେ ପରସ୍ପରର ଅବସ୍ଥା ଜାଣିବା ପାଇଁ ଅନେକ ମାଧ୍ୟମ ବ୍ୟବହାର କରୁଛନ୍ତି ଏବଂ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। ଏହି ସମୟରେ ଲୋକମାନେ ସୋସିଆଲ ସାଇଟଗୁଡିକୁ ମଧ୍ୟ ବହୁଳ ଭାବରେ ବ୍ୟବହାର କରୁଛନ୍ତି। ଫେସବୁକ ଇମୋଜି ସଂଖ୍ୟାକୁ ପାଞ୍ଚ ରୁ ଛଅକୁ ବୃଦ୍ଧି ପାଇଛି। ଫେସବୁକ ଇମୋଜି ମଧ୍ୟରେ ଏବେ ନୂଆ କେୟାରର ଇମୋଜି ଯୋଡି ହୋଇଛି। ଯାହା ବର୍ତ୍ତମାନ ସମୟରେ ଯୁବପିଢୀଙ୍କୁ ବହୁତ ଆକର୍ଷିତ କରୁଛି।

କେବଳ ଯୁବପିଢୀ ନୁହେଁ, ଅନ୍ୟ ବୟସର ଲୋକମାନେ ମଧ୍ୟ ଏହାକୁ ବହୁତ ବ୍ୟବହାର କରୁଛନ୍ତି। କରୋନା ସଂକ୍ରମଣକୁ ନେଇ ସମସ୍ତେ ଭୟଭୀତ ଓ ସଚେତନ ଥିବା ବେଳେ ଏହି ଇମୋଜି ମାଧ୍ୟମରେ ପରିଚିତମାନଙ୍କୁ ଯତ୍ନ ନେବା ପାଇଁ ବାର୍ତ୍ତା ଦେଉଛନ୍ତି। ଅନ୍ୟ ଇମୋଜି ଅପେକ୍ଷା ଏହା ଲୋକଙ୍କ ପୋଷ୍ଟରେ ଅଧିକ ବ୍ୟବହୃତ ହେଉଛି। ଏହି ଇମୋଜିର ମଧ୍ୟ ଭାଗରେ ଏକ ହୃଦୟ ଅଛି ଯାହା ଲୋକଙ୍କୁ ପରସ୍ପର ସହିତ ଯୋଡିବାର ବାର୍ତ୍ତା ମଧ୍ୟ ଦେଉଛି।

Comments are closed.