ନୀତୀଶଙ୍କ ଉପରେ ଜୋତା ଫିଙ୍ଗି ଯୁବକ ଗିରଫ

0

ନୂଆଦିଲ୍ଲୀ: ଆୟୋଜିତ ସଭାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଜୋତା ଫିଙ୍ଗି ଗିରଫ ହୋଇଛନ୍ତି ଜନୈକ ଯୁବକ। ଆୟୋଜିତ ସଭାରେ ଚନ୍ଦନ ତିୱାରୀ ନାମକ ଏହି ଯୁବକ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜୋତା ଫିଙ୍ଗି ଥିଲେ। ଘଟଣା ପରେ ଜେଡିୟୁ ସମର୍ଥକ ଉକ୍ତ ଯୁବକଙ୍କୁ ପ୍ରବଳ ମାଡ଼ ମାରିଥିବାବେଳେ ପୁଲିସ ତୁରନ୍ତ ନୀତୀଶଙ୍କ ସୁରକ୍ଷାକୁ କଡ଼ାକଡ଼ି କରି ଦେଇଥିଲା। ଯୁବକଙ୍କୁ ଗିରଫ କରି ଗାନ୍ଧିନଗର ଥାନାକୁ ଆଣିଛନ୍ତି ପୁଲିସ। ଚନ୍ଦନ ଔରଙ୍ଗାବାଦ ଅଞ୍ଚଳ ନିବାସୀ ହୋଇଥିବାବେଳେ ସେ ନିଜକୁ ସବର୍ଣ୍ଣ ସେନାର ସଦସ୍ୟ ବୋଲି ପରିଚୟ ଦେଇଛନ୍ତି। ନୀତୀଶ କୁମାର ଜେଡିୟୁର ଛାତ୍ର ସମାଗମ କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ ଯାଇ ଥିବାବେଳେ ଚନ୍ଦନ ତାଙ୍କ ଉପରେ ଜୋତା ଫିଙ୍ଗି ଥିଲା। ନୀତୀଶଙ୍କ ସଂରକ୍ଷଣ ନୀତିକୁ ସମର୍ଥନ ହେତୁ ବିହାରରେ ସବର୍ଣ୍ଣ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି।

Leave A Reply