ବ୍ୟୋମକେଶଙ୍କୁ ଯୁବ ଓ ଦେବୀରଞ୍ଜନଙ୍କୁ ଛାତ୍ର ବିଜେଡ଼ି ସଙ୍ଗଠନ ଦାୟିତ୍ଵ

ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଓ ଛାତ୍ର ବିଜେଡ଼ି ସଭାପତି ପଦରେ ଦୁଇ ଯୁବନେତାଙ୍କୁ ନିଯୁକ୍ତି ଦେଇଛନ୍ତି । ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ନୂଆ ସଭାପତି ରୂପେ ନିଯୁକ୍ତି ମିଳିିଥିବାବେଳେ ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ହୋଇଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି । ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Comments are closed.