ସମ୍ମାନିତ ହେଲା ୟୁଥ୍‍ ଅଫ୍‍ କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲାରେ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଯୁବ ସଂଗଠନ ୟୁଥ୍‍ ଅଫ୍‍ କନ୍ଧମାଳକୁ କଟକର ଛତିଆ ସ୍ଥିତ ଅମରନାଥ ମଠରେ ସମ୍ଭବ ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ସେବା ସମ୍ମାନ-୨୦୨୦ରେ ସମ୍ମାନିତ କରଯାଇଛି। ଅନୁଷ୍ଠାନର ସଭାପତି ଅଂଶୁମାନ ପ୍ରିୟଦର୍ଶନ, କାର୍ଯ୍ୟକାରୀ ସଭାପତି ସୌମ୍ୟଜିତ୍‍ ତ୍ରିପାଠୀ, ମହିଳା ସଦସ୍ୟା ବନାନୀ ପଟନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ। ପୁରସ୍କୃତ ପରେ ୟୁଥ୍‍ ଅଫ୍‍ କନ୍ଧମାଳକୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Comments are closed.