ଭାଗିରଥିଙ୍କ ଚିକିତ୍ସା ପାଇଁ ୟୁଥ୍‍ କନ୍ଧମାଳର ସହାୟତା

ଫୁଲବାଣୀ: ୟୁଥ୍‍ ଅଫ କନ୍ଧମାଳ ପକ୍ଷରୁ କର୍କଟରେ ପିଡିତ ଖଜୁରୁପଡା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ନେଡିଗୁଡା ଗ୍ରାମର ଭାଗିରଥି ବେହେରାଙ୍କୁ ଚିକିତ୍ସା ପାଇଁ ଆଜି ଆର୍ଥିକ ସହାୟତା ଯୋଗାଇ ଦେଇଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ ଭାଗିରଥିଙ୍କ ଅସହାୟତା ବିଷୟ ଜାଣିବା ପରେ ୟୁଥ୍‍ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିଦର୍ଶନଙ୍କ ନେତୃତ୍ୱରେ ଏକ ଟିମ୍‍ ଭାଗିରଥିଙ୍କ ଘରେ ପହଞ୍ଚି ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଏହି ଟିମରେ ସଂଗଠନର ସଦସ୍ୟ ଆଶୁତୋଷ ସାହୁ, କେ.ତପନ କୁମାର ସୁବୁଦ୍ଧି, ଅନନ୍ୟା ମିଶ୍ର, ଇଶାନି ଭୋଇ ପ୍ରମୁଖ ସାମିଲ୍‍ ହୋଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଭାଗିରଥୀଙ୍କୁ ୨ ବର୍ଷ ହେଲା ମୁଖ କର୍କଟ ରୋଗ ହୋଇଥିବା ବେଳେ ତାଙ୍କ ପିତା ୪ ବର୍ଷ ହେଲା ପକ୍ଷାଘାତ ରୋଗରେ ପିଡିତ। ପରିବାରର ୨ ରୋଜଗାର କ୍ଷମବ୍ୟକ୍ତି ବର୍ତ୍ତମାନ ଶଯ୍ୟାସାୟୀ ହୋଇଥିବା ବେଳେ ପରିବାର ନାହିଁ ନଥିବା ଅସୁବିଧାରେ ଚଳୁଥିବା ଏବେ ଆର୍ଥିକ ଅନାଟନ ପାଇଁ ଭାଗିରଥୀଙ୍କ ଚିକିତ୍ସା ହୋଇ ପାରୁନଥିବା ନେଇ ସମାଜ ଖବରକାଗଜରେ ବାହାରିଥିଲା। ଏହା ଦେଖିବା ପରେ ୟୁଥ ଅଫ କନ୍ଧମାଳ ଏହି ସହୟତା ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‍ କରି ଚିକିତ୍ସା ସହୟତା ଯୋଗାଇ ଦେବାକୁ ଅନୁରୋଧ କରିଛି।

Comments are closed.