ୟୁଥ୍‍ ଅଫ୍‍ କନ୍ଧମାଳ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ଫୁଲବାଣୀ: ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍‍ ଅଫ୍‍ କନ୍ଧମାଳ ପକ୍ଷରୁ ଫୁଲବାଣୀ ଅଞ୍ଚଳର ବହୁ ଗରୀବ ଓ ଅସହାୟ ବୃଦ୍ଧ, ବୃଦ୍ଧାମାନଙ୍କୁ ଶୀତଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ପ୍ରଦାନ କରାଯାଇଛି। ଫୁଲବାଣୀ ସମେତ ଖଜୁରିପଡ଼ା, ଫିରିଙ୍ଗିଆ ଆଦି ଆଖ ପାଖ ଆଦିବାସୀ ଗ୍ରାମ ଗୁଡ଼ିକର ବୃଦ୍ଧ ଓ ବୃଦ୍ଧାଙ୍କୁ ମଧ୍ୟ କମ୍ବଳ ବଣ୍ଟନ କରାଯାଇଛି। ସଂଗଠନର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ସୌମ୍ୟଜିତ୍‍ ତ୍ରିପାଠୀ, ଶିବ ସୁନ୍ଦର ସାହୁ, ଗୌତମ ହଂସ, ବାଦଲ ବେହେରା ଓ ଅନ୍ୟମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଏହି କମ୍ବଳ ବଣ୍ଟନ କରିଥିଲେ।

Comments are closed.