କରୋନା ସନ୍ଦିଗ୍ଧଙ୍କ ବିଷୟରେ ସୂଚନା ଦେବାରୁ ଯୁବକଙ୍କୁ ପିଟି ହତ୍ୟା

ପାଟନା: କରୋନା ସନ୍ଦିଗ୍ଧଙ୍କ ବିଷୟରେ ପ୍ରଶାସନକୁ ଖବର ଦେବାରୁ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ବିହାରର ସୀତାମଢ଼ୀ ଜିଲାର ମଧୌଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁର ୨ ଯୁବକ ନିକଟରେ ମହାରାଷ୍ଟ୍ରରୁ ଫେରିଥିଲେ। ସେମାନଙ୍କଠାରେ କରୋନା ଲକ୍ଷଣ ଦେଖାଯିବାରୁ ଗାଁର ବବଲୁ କୁମାର ନାମକ ଯୁବକ ସେମାନଙ୍କ ବିଷୟରେ ମେଡିକାଲ ହେଲ୍‌ପଲାଇନକୁ ଖବର ଦେଇଥିଲେ। ଏହା ପରେ ମେଡିକାଲ ଟିମ୍‌ ଗାଁରେ ପହଞ୍ଚି ୨ ଯୁବକଙ୍କୁ ନେଇଯାଇଥିଲେ। ସେମାନଙ୍କ ପରୀକ୍ଷା ପରେ ରିପୋର୍ଟ କରୋନା ନେଗେଟିଭ୍‌ ଆସିଥିଲା। ଫଳରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।

ଘରେ ପହଞ୍ଚିବା ପରେ ଯୁବକ ଦ୍ବୟ ପରିବାର ଲୋକଙ୍କ ସହିତ ମିଶି ମେଡିକାଲ ହେଲ୍‌ପଲାଇନକୁ ଖବର ଦେଇଥିବା ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରୁନ୍ନୀସୈଦପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ମୁଜଫ୍ଫରପୁର ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବାଟରେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଗାଁର ୬ ଅଭିଯୁକ୍ତଙ୍କୁ ଗିରଫ କରିଛି।

Comments are closed.