ଯୁବକ ନିଖୋଜ ନେଇ ଥାନାରେ ଅଭିଯୋଗ

ଗଡ଼ମଧୁପୁର: ଜେନାପୁର ଥାନା ପୁରୁଣା ବଉଳମାଳ ପଂଚାୟତ ଅନ୍ତର୍ଗତ ସୁକୁଟିଝର (ଇଛାପୁର) ଗ୍ରାମର ଜଣେ ଯୁବକ ଘରକୁ ଫେରୁଥିବା ବେଳେ ନିଖୋଜ ନେଇ ଥାନରେ ଅଭିଯୋଗ ହୋଇଛି। ସେହି ଗାଁର ନରହରି ନାଥ ପି: ଗଣେଶ ନାଥ ପାରାଦ୍ୱୀପରେ ଚାକିରୀ କରନ୍ତି। ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ପାରାଦ୍ୱୀପରୁ ଘରକୁ ଫେରି ଆସୁଥିଲେ। କେନ୍ଦ୍ରାପଡା ଜିଲା ଦୁହୁରିଆ ଛକ ପର୍ଯ୍ୟନ୍ତ ଚାଲିଆସିଥିବା ନେଇ ଦୂରଭାଷ ନମ୍ବର ମାଧ୍ୟମରେ ଅବଗତ କରାଇଥିଲେ। ତା ପରେ ତାଙ୍କର ଆଉ ଘର ସହିତ ଯୋଗାଯୋଗ ହୋଇପାରିନଥିଲା କିମ୍ବା ସେ ଫୋନ କରିନଥିଲେ। ତେବେ ତାଙ୍କୁ ଫୋନ କରିବାରେ ତାଙ୍କର ଫୋନ ସ୍ୱିଇଜ ଅଫ ହୋଇଯାଇଥିବା ଜଣା ଯାଇଥିଲା।

ପରିବାର ସଦସ୍ୟ ଯାଇ ସେଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର ଓ ଛକ ବଜାର ଖୋଜା ଖୋଜିରେ ତାଙ୍କୁ ପାଇ ନାହାଁନ୍ତି। ଅନେକ ଖୋଜା ଖୋଜି କଲାପରେ ମଧ୍ୟ ନରହରିର ପତ୍ତା ନମିଳିବାରୁ ଶେଷରେ ଜେନାପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

Comments are closed.