ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ବରଗଡ଼: ବରଗଡ଼ ଜିଲା ଭେଡେନ ନୂଆଗଡ଼ସ୍ଥିତ ମେଟାକାନି ମନ୍ଦିରରେ ବିଦ୍ୟୁତ ମରାମତି କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କର ବିଦ୍ୟୁତ ଆଘାତରେ ଗୁରୁବାର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଅନିଲ ସାହୁ(୨୪) ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Comments are closed.