ବିଦ୍ୟୁତ ଆଘାତରେ ଯୁବକ ମୃତ

ନର୍ଲା : ବିଦ୍ୟୁତ ଆଘାତରେ ଆସି ଜନୈକ ଯୁବକର ପ୍ରାଣହାନୀ ଘଟିଛି। ନର୍ଲା ପୁଲିସର ସୂଚନାମତେ ରୁପ୍ରାରୋଡ ବରଗାଁର  ୨୬ ବର୍ଷୀୟ ଭିକାରୀ ସାହୁ ନାମକ ଜଣେ ମାଲିକର ଟେଣ୍ଟ ଲଗାଇବାକୁ ଅଲାବୁଲା ଯାଇଥିଲେ। ତେବେ ସେଠାରେ ଟେଣ୍ଟ ଲଗାଇବାକୁ ବାରଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ତେବେ ଅମାନିଆଁ ହୋଇ ରାତିରେ ଟେଣ୍ଟ ଲଗେଇଥିଲେ ଓ ସକାଳେ ଖୋଲିବା ସମୟରେ ସଟ୍ ସର୍କିଟ ହୋଇ ଭିକାରୀର ଗୋଡରେ ତାର ଲାଗିଥିଲା। ଫଳରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏକମାତ୍ର ରୋଜଗାର କ୍ଷମ ପୁଅର ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ପିତା ମୂରଲୀ ସାହୁ। ନିତାନ୍ତ ଗରିବ ପରିବାର ହେତୁ ପୁଅର ଉପାର୍ଜନରେ ତେଲଲୁଣ ସଂସାର ଚଳୁଥିଲା। ଏବେ ସେତକ ଭଗବାନ ଆମଠାରୁ ଛଡେଇ ନେଲେ ବୋଲି କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି ପିତା ମୂରଲୀ ସାହୁ।

Comments are closed.