ପୋଖରୀରେ ବୁଡି ଯୁବକଙ୍କ ମୄତ୍ୟୁ

ବଡ଼ସାହି :  ମୟୂରଭଞ୍ଜ ଜିଲା ବଡ଼ସାହି ଥାନା, ସିଂହଟିଆ ଗ୍ରାମର ଜନୈକ ଯୁବକ ଶନିବାର ମଧ୍ୟାହ୍ନରେ ବଡ଼ସାହି ବ୍ଲକ ନିକଟ ପୋଖରୀରେ ବୁଡି ମୄତ୍ୟୁ ବରଣ କରିଛନ୍ତି । ମୃତକ ଜଣଙ୍କ ହେଲେ ରାମ ବେହେରା(୫୦) । ରାମ ତାଙ୍କ ପତ୍ନୀ ସହିତ ଘରକୁ ଘର ବୁଲି ଭିକ୍ଷା କରିବା ପାଇଁ ବଡ଼ସାହି ଅଞ୍ଚଳକୁ ଆସିଥିଲେ । ମଧ୍ୟାହ୍ନ ୧୨ଟା ପାଖାପାଖି ସମୟରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ପୋଖରୀରେ ସେ ଗାଧୋଉ ଥିବା ବେଳେ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ । ଏହା ଦେଖି ପତ୍ନୀ ପାଟି କରିବାରୁ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବଡ଼ସାହି ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡ଼ାକ୍ତର ମୄତ ଘୋଷଣା କରିଛନ୍ତି । ଖବରପାଇ ବଡ଼ସାହି ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ତଦନ୍ତ ପୂର୍ବକ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ପୋଖରୀରୁ ମୋରମ ଉତ୍ତୋଳନ ସମୟରେ ଗଭୀରତା ସମତୁଲ କରାଯାଇ ନଥିବାରୁ ଏପରି ଘଟଣା ଅଞ୍ଚଳ ବାସୀଙ୍କ ପାଇଁ ଚେତାବନୀ ହୋଇଛି ।

Comments are closed.