କୋବିଡ଼-୧୯ ପରିଚାଳନା ନିମନ୍ତେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ୱେବିନାର

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ୍ ପରିଚାଳନା ଓ ମୁକାବିଲାକୁ ନେଇ ରାଜ୍ୟ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ୱେବିନାର ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ  ପ୍ରଣବ ବଳବନ୍ତରାୟ,ବିଜେଡ଼ି ଉପସଭାପତି ଦେବୀପ୍ରସାଦ ମିଶ୍ର,ସାଂସଦ ଅଚ୍ୟୁତ ସାମନ୍ତ, ଯୁବ ବିଜେଡ଼ି ସଭାପତି  ଅମରେଶ ପତ୍ରୀ,ଛାତ୍ର ବିଜେଡ଼ି ସଭାପତି  ରାଣାପ୍ରତାପ ପାତ୍ର  ଆଲୋଚନାରେ ଭାଗ ନେଇଥିଲେ ।

ଜଗତସିଂହପୁର ମାନ୍ୟବର ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ତଥା ଯୁବ ନେତା ଇ° ସମିତ କୁମାର ଲେଙ୍କା ଯୋଗ ଦେଇଥିଲେ ଓ ତାଙ୍କ ନେତୃତ୍ଵରେ ଜିଲ୍ଲାର ସମସ୍ତ ଛାତ୍ର ,ଯୁବ ନେତା ଓ ସଂଗଠକ ୱେବିନାରର କୁ ସଫଳ କରିବାକୁ ଜୁମ ଆପ ଓ ଫେସବୁକ ଲାଇଭ ମାଧ୍ୟମରେ ଯୋଡ଼ି ହୋଇଥିଲେ

Comments are closed.