ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ନରେନଦ୍ର ମୋଦୀ, କହିଲେ ସୀମାନ୍ତରେ ପହରା ଦେଉଥିବା ଯବାନମାନେ ଦେଶର ‘ସୁରକ୍ଷା କବଚ’

ନୌସେରା : ସୀମାନ୍ତରେ ପହରା ଦେଉଥିବା ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଜମ୍ମୁ କାଶ୍ମୀରର ନୌସେରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ସେଠାରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ଯବାନଙ୍କ ସହ ଦୀପାବଳି ପାଳନ କରିବା ସହ ସେମାନଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିଥିଲେ। ସୀମାନ୍ତରେ ପହରା ଦେଉଥିବା ଯବାନମାନେ ଦେଶର ‘ସୁରକ୍ଷା କବଚ’ ବୋଲି କହି ଆଜି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଯବାନମାନଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଯବାନଙ୍କ ଯୋଗୁଁ ହିଁ ଦେଶବାଦୀ ଶାନ୍ତିରେ ଶୋଇ ପାରୁଛନ୍ତି।

ଜମ୍ମୁ ଓ କଶ୍ମୀରର ନୌସେରାରେ ସୈନିକମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାମନ୍ତ୍ରୀ କହିଛନ୍ତି ଯେ ଆମ ଯବାନମାନେ ‘ମା ଭାରତୀ’ଙ୍କ ‘ସୁରକ୍ଷା କବଚ’। ଆପଣମାନଙ୍କ ଯୋଗୁଁ ହିଁ ଆମ ଦେଶବାସୀ ଶାନ୍ତିରେ ନିଦ୍ରା ଯାଉଛନ୍ତି ଏବଂ ଦୀପାବଳି ଉତ୍ସବ ସୁଖପ୍ରଦ ହେଉଛି।ଆମ ସୀମାନ୍ତରେ ପହରା ଦେଉଥିବା ଯବାନମାନଙ୍କ ସହିତ ମୁଁ ସବୁଥର ଭଳି ଏଥର ମଧ୍ୟ ଦୀପାବଳି ଉତ୍ସବ ପାଳନ କରିଛି ଏବଂ ଏଠାରେ ଥିବା ଯବାନମାନଙ୍କ ଠାରୁ ଆଜି ମୁଁ କୋଟି କୋଟି ଭାରତୀୟଙ୍କ ଲାଗି ଆଶିଷ ନେଇ ଆସିଛି।
ଏହା ପରେ ପ୍ରଧାନମନ୍ତ୍ରୀ ଯବାନମାନଙ୍କ ସହ ସ୍ୱକୀୟ ବାର୍ଷିକ ପ୍ରଥାମତେ ଦୀପାବଳି ପାଳନ କରିଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୦.୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁ ଓ କଶ୍ମୀରର ରାଜୌରି ଅନ୍ତର୍ଗତ ନୌସେରାର ସୀମାନ୍ତ ଅଞ୍ଚଳରେ ପହଞ୍ଚିଥିଲେ। ଯବାନମାନଙ୍କ ସହ ଦୀପାବଳି ପାଳନ ନିମନ୍ତେ ସେ ସୀମାନ୍ତରେ ଥିବା ‘ଆଉଟ୍‌ପୋଷ୍ଟ୍‍’ଗୁଡ଼ିକ ପରିଦର୍ଶନ କରିଥିଲେ।

Comments are closed.