ଯୁବକର ସନ୍ଦେହ ଜନକ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ ଖଜିରାପାଟ ପଞ୍ଚାୟତ ଦେଉଳିଆ ପଶି ଜଙ୍ଗଲରୁ ଆଜି ପୂର୍ବାହ୍ନରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ସୁରେନ୍ଦ୍ର ପୁର ଗ୍ରାମର ସୁନାରାମ ମୁଣ୍ଡାଙ୍କ ପୁଅ ମାଧବ ମୁଣ୍ଡା(୨୭) ବୋଲି ଜଣାପଡିଛି। ସେ ଗତକାଲି ସନ୍ଧ୍ୟାରେ ଖଜିରାପାଟ ସାପ୍ତାହିକ ହାଟକୁ ଯାଇ ଆଉ ଘରକୁ ଫେରି ନଥିଲେ। ଗୁରୁବାର ପୂର୍ବାହ୍ନରେ ଦେଉଳିଆ ପଶି ଜଙ୍ଗଲରେ ମାଧବର ଶବ ପଡ଼ିଥିବା ଦେଖି ଲୋକେ ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକର ବେକରେ ଏକ କ୍ଷତ ଚିହ୍ନ ଥିବା ସହ ରକ୍ତ ବାହାରୁ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

Comments are closed.