କକା ଝିଅକୁ ଏକତରଫା ପ୍ରେମ ମାମଲାରେ ଯୁବକ ଗିରଫ

ପାଟଣା: ପାଟଣା ଥାନା ଅନ୍ତର୍ଗତ ସିଲିପଦା ଗ୍ରାମରେ ନିଜର କକା ଝିଅକୁ ଏକତରଫା ପ୍ରେମ ନିବେଦନ କରି ବିଫଳ ହେବା ପରେ ନାବାଳିକାକୁ ବଦନାମ ଉଦ୍ୟମ ଅଭିଯୋଗରେ ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତଜଣକ ହେଉଛି ସିଲିପଦା ଗ୍ରାମର ସୁନୀଲ ମହାନ୍ତ(୨୩)।

ସୁନୀଲ ପ୍ରେମ ନିବେଦନ କରି ବିଫଳ ହେବା ପରେ ଏହି ନାବାଳିକା ଝିଅର ଫଟୋ ସଂଗ୍ରହ କରି ସେଥିରେ ନିଜ ଫଟୋକୁ ଯୋଡି ସେହି ଫଟୋକୁ ନିଜ ସାଙ୍ଗମାନଙ୍କୁ ପଠାଇବା ସହ ନାବାଳିକାକୁ ବଦନାମ ଉଦ୍ୟମ କରିଥିଲା । ଏ ନେଇ ନାବାଳିକା(୧୬)ଙ୍କ ପକ୍ଷରୁ ପାଟଣା ଥାନାରେ ମାମଲା ରୁଜୁ ହେବା ପରେ ଆଜି ସୁନୀଲ ମହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପାଟଣା ଥାନାଧିକାରୀ ସୋମନାଥ ଜେନା ସୂଚନା ଦେଇଛନ୍ତି।

Comments are closed.