କରୋନାରେ ମମତାଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କ ଦେହାନ୍ତ

କଲକାତା: କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବାନାର୍ଜୀ । ଅସୀମ ଗତ ୧ ମାସ ଧରି କରୋନାରେ ସଂକ୍ରମିତ ହୋଇ କଲକାତାର ମେଡିକା ସୁପରସ୍ପେଶାଲିଟି ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଡାକ୍ତରଖାନାର ଅଧ୍ୟକ୍ଷ ଡା. ଆଲୋକ ରାୟ କହିଛନ୍ତି, ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମଙ୍କର ଚିକିତ୍ସା ଚାଲିଥିଲା। ଶନିବାର ସକାଳେ ତାଙ୍କ ଶରୀର ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ଏହା ପରେ ତାଙ୍କର ମୃତ୍ୟୁ ଘଟିଥିଲା। କୋଭିଡ ପ୍ରୋଟୋକଲ ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।

Comments are closed.