ବଡ଼ ଭାଇକୁ ଟାଙ୍ଗିଆରେ ଆକ୍ରମଣ କରି ସାନ ଭାଇ ଗିରଫ

ପାଟଣା: କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ଛତିଆ ଗ୍ରାମରେ ସାନ ଭାଇ ନିଜ ବଡ ଭାଇକୁ ଟାଙ୍ଗିଆ ଆକ୍ରମଣ କରିଛି। ଏହି ଘଟଣାରେ ଘଟଗାଁ ପୁଲିସ ଅଭିଯୁକ୍ତ ସାନ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଛତିଆ ଗ୍ରାମର ଲୋକନାଥ ନାୟକ ଏବଂ ତାଙ୍କ ସମ୍ପର୍କିୟ ବଡବାପା ପୁଅ ଭାଇ ପରୀକ୍ଷିତ ନାୟକଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଲୋକନାଥ ବଡ଼ଭାଇ ପରୀକ୍ଷିତକୁ ଏକ ଟାଙ୍ଗିଆରେ ମୁଣ୍ଡକୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ପରୀକ୍ଷିତକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଘଟଗାଁ ମେଡିକାଲ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ଲୋକନାଥକୁ ଗ୍ରାମବାସୀ ଏକ ଗଛରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଗାଁ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଲୋକନାଥକୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି।

Comments are closed.