ତାମିଲନାଡୁରେ ଯୁବ ଶ୍ରମଜୀବିଙ୍କ ଅକାଳମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ପିପିଳିଆ ବାଘିଆମଣି ସାହି ଦୟାନୀଧି ନାୟକଙ୍କ ପୁଅ ଲୋକନାଥ ନାୟକ( ୩୦) ତାମିଲନାଡୁ କୋଇମ୍ବାଟୁର ଅଞ୍ଚଳର ଅନୁର ଠାରେ ଏକ ଘରୋଇ ସୂତାକଳ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରବିବାର ରାତିରେ ସମସ୍ତ ସାଙ୍ଗ ମାନଙ୍କ ସହ ଖାଇ ଶୋଇବା ପରେ ସୋମବାର ସକାଳୁ ଉଠିନଥିଲେ। ପରେ ଲୋକନାଥଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା। ସକାଳୁ ଉଠିନଥିବାରୁ ସାଥି ସାଙ୍ଗ ମାନେ ଉଠାଇଥିଲେ କିନ୍ତୁ ଲୋକନାଥ ଆଉ ଉଠିନଥିଲେ । ଲୋକନାଥଙ୍କ ମରଶରୀରକୁ ନିଜ ଗ୍ରାମକୁ ଅଣାଯାଉଥିବା ବେଳେ ଗାଁ ରେ ଶୋକର ଛାୟା ଖେଳିଯାଇଛି । ଲୋକନାଥଙ୍କ ମୃତ୍ୟୁରେ ତାଙ୍କର ବିଧବା ପତ୍ନୀ ଓ ଏକମାତ୍ର ତିନିବର୍ଷର ଝିଅ ଅସହାୟ ହୋଇପଡିଛନ୍ତି ।

Comments are closed.