ଜାତୀୟ ଶିଶୁ କନ୍ୟା ଦିବସରେ ଆହ୍ୱାନ, ବନ୍ଦ କର ଲିଙ୍ଗଭିତିକ ହିଂସା 

ଭୁବନେଶ୍ୱର:  ପ୍ରତ୍ୟେକ ଶିଶୁକନ୍ୟାର ବଞ୍ଚିବାର ଅଧିକାର ରହିଛି। ବହୁବିଧ ଆଇନ ପ୍ରଚଳିତ ହେଉଥିଲେ ମଧ୍ୟ ଏବେବି ଶିଶୁ କନ୍ୟା ଅଲୋଡା। ଏକଥାକୁ ଆଖି ଆଗରେ ରଖି ଭୁବନେଶ୍ୱର ୟଙ୍ଗ୍ ଅର୍ବାନ ୱିମେନ ଫୋରମ ତରଫରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଲିଙ୍ଗଭିତିକ ହିଂସାର ବିଲୋପ ହେବା ଜରୁରୀ ବୋଲି ୱାର୍ଡ ନଂ ୧୭ ପଥର ବନ୍ଧ ବସ୍ତି ଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଓ ମାନବ ଶୃଙ୍ଖଳ ମତ ପ୍ରକାଶ ପାଇଛି। ଅଧାରୁ ପାଠ ଛାଡୁଥିବା କନ୍ୟା ସନ୍ତାନ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ, ବାଲ୍ୟ ବିବାହକୁ ପ୍ରତିହତ କରିବା ପାଇଁ ଅତିଥିମାନେ ମତପ୍ରକାଶ କରିଥିଲେ। ଏଥିରେ ଶିଶୁ ଓ ମହିଳା ବିକାଶ କେନ୍ଦ୍ର ସଂପାଦକ ସଦାଶିବ ସ୍ୱାଇଁ, ଭୁବନେଶ୍ୱର ୟଙ୍ଗ୍ ଅର୍ବାନ ୱିମେନ ଫୋରମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମକୁ ଦମୟନ୍ତି ସାହୁ, ସଂଗ୍ରାମ କେଶରି ମଣ୍ଡଳ, ରୁତୁପ୍ରଜ୍ଞା ନାଥ ଶର୍ମା ପ୍ରମୁଖ ପରିଚାଳନା କରିଥିଲେ।

Comments are closed.