ଯୁବତୀଙ୍କ ଏସିଡ଼୍‍ ମାଡ଼ରେ ଯୁବକ ଗୁରୁତର

ଉନ୍ନାଓ: ଉତ୍ତରପ୍ରଦେଶର ଉନ୍ନାଓ ଜିଲାରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ଜଣେ ଯୁବକଙ୍କ ଉପରକୁ ଏସିଡ଼୍‍ ମାଡ଼ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ମୌରାୱାଁ ଥାନା ଅଧୀନସ୍ଥ ଗୋହନାମଉ ଗାଁରେ ଜଣେ ଯୁବତୀ ଗୋପାଳନ ସଂସ୍ଥାର ପରିଚାଳକ ରୋହିତ(୨୫)ଙ୍କ ଉପରକୁ ଏସିଡ଼୍‍ ମାଡ଼ କରିଥିଲେ। ଯୋଜନା ମୁତାବକ, ରୋହିତ ଗାଈ ରହୁଥିବା ସ୍ଥାନ ସଫା କରିବା ସମୟରେ ଯୁବତୀ ଜଣକ ରୋହିତଙ୍କୁ ଆକ୍ରମଣ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏସିଡ଼୍‍ ଦ୍ୱାରା ଗଭୀର ଭାବେ ପୋଡ଼ି ଯାଇଥିବା ରୋହିତଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ଏକ ତରଫା ପ୍ରେମକୁ ନେଇ ଏହି ଘଟଣା ଘଟିଥିବା ଗ୍ରାମବାସୀ କହିଛନ୍ତି। ପୁଲିସ ଯୁବତୀ ଓ ତାଙ୍କ ମାଆ-ବାପାଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

Comments are closed.