ମାଡ଼ ଖାଇ ଲଣ୍ଡା ହେବା ପରେ ନକ୍ସଲୀ ହେବାକୁ ରାଷ୍ଟ୍ରପତିଙ୍କୁ ଅନୁମତି ମାଗିଲେ ଯୁବକ

ଆନ୍ଧ୍ରପ୍ରଦେଶର ଏଲୁରୁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଏକ ଅନୁସୂଚିତ ଜାତି ଯୁବକ ନକ୍ସଲୀ ହେବା ପାଇଁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଅନୁମତି ମାଗିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଯୁବକଙ୍କୁ ମାନସିକ ସ୍ତରରେ ହଇରାଣ ହରକତ କରାଯାଉଛି। ଆନ୍ଧ୍ରପ୍ରଦେଶ ପୁଲିସ ଷ୍ଟେସନରେ ସେହି ଯୁବକଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମରାଯିବ ପରେ ସେ ରାଷ୍ଟ୍ରପତିଙ୍କ ନିକଟରେ ଏଭଳି ଆବେଦନ କରିଛନ୍ତି।

ଯୁବକ ଜଣକ ଏକ ଚିଠି ମାଧ୍ୟମରେ ନକ୍ସଲ ହେବା ପାଇଁ ରାଷ୍ଟ୍ରପତିଙ୍କଠାରୁ ଅନୁମତି ଲୋଡିଛନ୍ତି। ପୀଡିତଙ୍କ ନାମ ବାର ପ୍ରସାଦ ବୋଲି ଜଣାପଡିଛି। ଘଟଣାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଯୁବକଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି ବୋଲି ଏଲୁରୁ ରେଞ୍ଜ ଡିଜି ମୋହନ ରୟ କହିଛନ୍ତି।

ତାଙ୍କୁ ଥାନାରେ ଅଟକ ରଖି ମାଡ଼ ମାରିଥିବା ସୀତାନଗର ପୁଲିସ ଷ୍ଟେସନର ଏସଆଇ ଏବଂ ଅନ୍ୟ ଜଣେ କର୍ମଚାରୀକୁ ଗିରଫ କରାଯାଇଛି। ଏହା ବ୍ୟତୀତ ଡିଜି ରୟ ଯୁବକଙ୍କର ଏପରି ଇଛାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୁବକ ଜଣକ ରାଜନୈତିକ ଚାପରେ ଏପରି କରିଛି।

ସୂଚନା ଅନୁଯାୟୀ, ଜୁଲାଇ ୨୦ରେ ସମ୍ପୃକ୍ତ ଯୁବକ ଶାସକ ଦଳ ୱାଏସଆରସିପି’ର ଜଣେ ନେତାଙ୍କ ଗାଡି ଅଟକାଇବାକୁ ଚେଷ୍ଟା କରିଥିଲା ଏବଂ ସେହିଦିନ ତାଙ୍କୁ ପଚରାଉଚରା ପାଇଁ ପୁଲିସ ଷ୍ଟେସନକୁ ଡକାଯାଇଥିଲା ଓ ସେଠାରେ ତାଙ୍କୁ ମାଡ଼ ଦିଆଯିବା ସହ ଲଣ୍ଡା କରାଯାଇଥିଲା।

Comments are closed.