ସେଲଫି ନେବାକୁ ଟ୍ରେନ ଉପରେ ଚଢ଼ିଲେ ଯୁବକ; ହାଇ ଭୋଲଟେଜ୍ ଲାଇନରେ ଧକ୍କା ଖାଇ ମୃତ

ଉତ୍ତରପ୍ରଦେଶର ବାରବାଙ୍କିରେ ସେଲଫି ନେବା ପାଗଳାମି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଫତେହପୁର ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ଉପରେ ସେଲଫି ନେବାବେଳେ ଯୁବକମାନେ ହାଇ ଭୋଲଟେଜ୍ ଲାଇନରେ ତାଙ୍କ ହାତ ଲାଗି ଯାଇଥିଲା ଓ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଜିଆରପି ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିଛନ୍ତି । ତାଙ୍କର ପରିଚୟ ଏଯାଏ ଜଣାପଡ଼ି ନାହିଁ ।

ରବିବାର ସନ୍ଧ୍ୟାରେ ବାରବାଙ୍କିର ଫତେହପୁର ରେଳ ଷ୍ଟେସନରେ ସନ୍ଧ୍ୟା ପ୍ରାୟ ସାତଟା ବେଳେ କିଛି ଯୁବକ ରେଳ ଷ୍ଟେସନ ଆଡକୁ ଆସିଥିଲେ। ସେଥିରେ ଜଣେ ଯୁବକ ଟ୍ୟାଙ୍କର ଉପରେ ଚଢ଼ି ସେଲଫି ନେବାକୁ ଚେଷ୍ଟା କରିବା ଆରମ୍ଭ କରିଥିଲେ, କିନ୍ତୁ ଅନ୍ଧାର ହୋଇ ଯାଇଥିବାରୁ ଟ୍ରେନ୍ ଉପରେ ଯାଇଥିବା ହାଇ ଭୋଲଟେଜ୍ ଲାଇନ କଥା ଭୂଲି ଯାଇଥିଲେ ।  ସେଲଫି ନେବାକୁ ଉଦ୍ୟମ ବେଳେ ସେ ହାଇ ଭୋଲଟେଜ୍ ଲାଇନ୍ ଦ୍ୱାରା ଆଘାତ ପାଇଥିଲେ | କରେଣ୍ଟ ଏତେ ଜୋରରେ ଲାଗିଥିଲା ଯେ ଯୁବକଟିର ଶରୀର ଏକ ମୁହୂର୍ତ୍ତରେ ଜଳିଗଲା | ଏହା ଦେଖି ତାଙ୍କ ସହିତ ଆସିଥିବା ଅନ୍ୟ ଯୁବକମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଘଟଣା ପରେ ବହୁ ସଂଖ୍ୟାରେ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଜିଆରପି ଇନ୍ସପେକ୍ଟର ଆର.ପି.ସିଂହ ଘଟଣାସ୍ଥଳରେ ପହଞ୍ଚି ବିଜୁଳି ସଂଯୋଗ ଛିନ୍ନ କରିବା ପରେ ଶବକୁ ଉଦ୍ଧାର କରିଥିଲେ ।

Comments are closed.