ବିଦ୍ୟୁତ ଆଘାତରେ ଯୁବକ ମୃତ

କଳାପଥର: ବାଙ୍କୀ ଥାନା ଅନ୍ତର୍ଗତ କୁସୁପଙ୍ଗୀ ପଞ୍ଚାୟତର ଇନ୍ଦୁମତି ପାଟଣା ଗ୍ରାମରେ ଜଣେ ଯୁବକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ଶ୍ରୀନିବାସ ପରିଡା।

ସୂଚନାଯୋଗ୍ୟ ଯେ, ମୃତ ଯୁବକ ଜଣକ ଗୁରୁବାର ସକାଳେ ନିଜ ଘର ଲାଇନ ସଜାଡିବା ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଫଳରେ ସେଠାରେ ସେ ଅଚେତ ହୋଇପଡ଼ିଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ଡମପଡା ଡାକ୍ତରଖାନାକୁ ନେଇଥିଲେ। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ବାଙ୍କୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Comments
Loading...