ନାଳରେ ବୁଡି ଯୁବକ ମୃତ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ରଘୁବେଡା ନାଳରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ରଘୁବେଡା ଗ୍ରାମର ନିରୁ ମୁଣ୍ଡା(୨୮) ବୋଲି ଜଣାପଡିଛି। ଆଜି ପୂର୍ବାହ୍ନରେ ଶୌଚ ପାଇଁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ନାଳରେ ବୁଡି ଯାଇ ପ୍ରାଣ ହରାଇଥିଲେ। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ମୃତଦେହକୁ ଉଦ୍ଧାର କରି ପାଟଣାରେ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।

Comments are closed.