ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ : ଟିଟିଲାଗଡ ଥାନା ଅନ୍ତର୍ଗତ ଘୁଗୁରପଲା ଗ୍ରାମର ବିଶି ରଣାଙ୍କ ପୁଅ ସରୋଜ ରଣା (୧୯) ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ସଇଁନ୍ତଲା ଥାନା ଅନ୍ତର୍ଗତ ଲୁହୁରାପାଲି ଗ୍ରାମରୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଘୁଗୁରପଲା ଗ୍ରାମର ସରୋଜଙ୍କ ସମେତ ତିନି ଜଣ ଯୁବକ ଏକ ନୂଆ ପେସନ ପ୍ରୋ ବାଇକରେ ଫେରୁଥିଲେ। ଏହି ସମୟରେ ସଇଁନ୍ତଲା ବେଲଗାଁ ଜାତୀୟ ରାଜପଥ ୨୬ର  ନରାବାହାଲି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଖବର ପାଇ ବେଲଗାଁ ପୁଲିସ ଅଧିକାରୀ ଅନାଦି ମଟାରି, ବିପିନ ଖର୍ସେଲ, ମଦନ ସାହୁ ପ୍ରମୁଖ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଡାକି ଆହତଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ପଠାଇଥିଲେ। ବୁଧବାର ସେଠାରେ ସରୋଜଙ୍କ ପରଲୋକ ହୋଇଛି। ଗତ ଦେଢ ମାସ ତଳେ ତାଙ୍କର ବିବାହ ସମ୍ପନ୍ନ ହୋଇଥିବା ଜଣାଯାଇଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶବ ବ୍ୟବଚ୍ଛେଦ ପରେ ଗ୍ରାମରେ ଆଜି ତାଙ୍କର ଶେଷକୃତ୍ୟ କରାଯାଇଛି। ଅପରପକ୍ଷରେ ଜାତୀୟ ରାଜପଥରେ ବିଶେଷ କରି ବଲାଙ୍ଗିରରୁ ବେଲଗାଁ ମଧ୍ୟରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟି ଲୋକେ ମୃତାହତ ହେବା ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ହୋଇଛି।

Comments are closed.